ମାଟ୍ରିକ ପରୀକ୍ଷାରେ କପି ରୋକିବ ୩୮ ସ୍ପେସାଲ ସ୍କ୍ବାଡ୍‌

କଟକ ଅଫିସ,୨୬।୪: ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ସ୍ପେସାଲ ସ୍କ୍ବାଡ୍‌ ଗଠନ କରାଯାଇଛି। ରାଜ୍ୟର ୩୦ ଜିଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୩୮ଟି ସ୍ପେସାଲ ସ୍କ୍ବାଡ୍‌ ଗଠନ କରିଛନ୍ତି। ପରୀକ୍ଷା ସୁପରିଚାଳନା ହେବା ସହ କିପରି କପି ରୋକାଯାଇପାରିବ ସେ ନେଇ ଏହି ସ୍ପେସାଲ ସ୍କ୍ବାର୍ଡ୍‌ ତଦାରଖ କରିବ । ଏହା ବ୍ୟତୀତ ଜିଲା ସ୍ତରରେ ଜିଲା ଶିକ୍ଷାଧିକାରୀ ଏବଂ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପୃଥକ ସ୍କ୍ବାଡ୍‌ ଗଠନ କରାଯାଇଛି ।
ସୂଚନାଯୋଗ୍ୟ, ବୋର୍ଡ ସଭାପତି ରାମଶିଷ ହାଜରାଙ୍କ ଅଧ୍ୟକ୍ଷତାରେ ସ୍କ୍ବାଡ୍‌ ଅଧିକାରୀଙ୍କ ସମେତ ବୋର୍ଡର ଜୋନ ଅଧିକାରୀ ଏବଂ ଶିକ୍ଷାଧିକାରୀମାନଙ୍କୁ ନେଇ ଏକ ଗୁରୁପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧିକାରୀ ଏବଂ ଜିଲା ଶିକ୍ଷାଧିକାରୀମାନଙ୍କୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Share