କରୋନାକୁ ହରାଇଲେ ୩୦ ମହିଳା ପୋଲିସ ଅଧିକାରୀ

ହାଇଦ୍ରାବାଦ,୩୦।୭: କରୋନା ମହାମାରୀ ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏଥିରେ କରୋନା ଯୋଦ୍ଧାଙ୍କ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଉଛି। ତେବେ ତେଲେଙ୍ଗାନା ପୋଲିସର ପ୍ରାୟ ୩୦ ଜଣ ମହିଳା ପୋଲିସ ଅଧିକାରୀ କରୋନା ଯୁଦ୍ଧରେ ବିଜୟୀ ହେବା ଘଟଣା ସମସ୍ତଙ୍କୁ ଖୁସି କରିଛି। ହାଇଦ୍ରାବାଦ ସିଟିର ପୋଲିସ କମିଶନର ଅଞ୍ଜନି କୁମାର କହିଛନ୍ତି ଏମାନେ ସମସ୍ତେ ଜଣେ ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀ ହୋଇଥିବା ବେଳେ ଏମାନଙ୍କୁ ନେଇ ବିଭାଗ ଗର୍ବ କରେ। ଏବେ ଏମାନେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣିଥରେ କାର୍ଯ୍ୟରେ ଯୋଗଦେବା ଗର୍ବର ବିଷୟ ବୋଲି କମିଶନର କହିଛନ୍ତି। ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ ପୋଲିସ ବିଭାଗ ମଧ୍ୟ କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ବେଳେ ଏମାନେ ଅନେକାଂଶରେ ସଂକ୍ରମିତ ହୋଇଛନ୍ତି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ବେଳେ ସୁସ୍ଥତା ହାର କିନ୍ତୁ ବୃଦ୍ଧି ପାଉଥିବାରୁ ଏହା ଏକ ଆଶା ଆଲୋକ ବୋଲି କୁହାଯାଉଛି।

Share