ଚିଲିକାରୁ ୩୬୦ ଏକର ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୧୬।୯(ଡି.ଏନ.ଏ): ଚିଲିକାକୁ ନେଇ ମତ୍ସ୍ୟଜୀବୀ, ପେସାଦାର ମତ୍ସ୍ୟଜୀବୀ ଓ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ବୁଧବାର ଠାରୁ ପୁଣି ଚିଲିକାରୁ ଘେରି ଉଚ୍ଛେଦ ପ୍ରକ୍ରିିୟା ଆରମ୍ଭ ହୋଇଛି। ପୁରୀ ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି ଉଚ୍ଛେଦ ଆରମ୍ଭ ହୋଇଛି। କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଟିଏ ଜେସିବି ମେଶିିନ ଏବଂ ୫୦ ଶ୍ରମିକଙ୍କୁ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ତିଛିଣି ପାର୍ଟ ଏବଂ ଚିତ୍ରକୋଟଜାଣ ଅଞ୍ଚଳରୁ ୩୬୦ ଏକର ମାଟି ବନ୍ଧକୁ ଉଚ୍ଛେଦ କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ କୃଷ୍ଣପ୍ରସାଦ ଆଇଆଇସି ଦିଲୀପ କୁମାର ସ୍ବାଇଁଙ୍କ ନେତୃତ୍ୱରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ତହସିଲଦାର ସେଠୀ କହିଛନ୍ତି। ଅନ୍ୟପକ୍ଷେ କରୋନା ସମୟରେ ଲୋକମାନେ ହାତବାନ୍ଧି ଘରେ ବସିଥିବା ବେଳେ ପ୍ରଶାସନର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଏହି ଘେରି ଉଚ୍ଛେଦ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଚିଲିକା ଉପରେ ନିର୍ଭର କରି ଚଳୁଥିବା ଅଧିବାସୀମାନେ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ରାଜସ୍ବ ସୁପରଭାଇଜର ମଧୁସୂଦନ ସ୍ବାଇଁ, ରାଜସ୍ବ ନିରୀକ୍ଷକ ଦିଲୀପ କୁମାର ଜେନା, ସରୋଜ କୁମାର ନାୟକ, ଜ୍ୟୋତି ରଞ୍ଜନ ବେହେରା, ତପନ କୁମାର ରାଉତରାୟ, ରାଜୀବ ଲୋଚନ ସାହୁ, ରାଜସ୍ବ ବିଭାଗ କର୍ମଚାରୀ ଗୋବର୍ଦ୍ଧନ ପାତ୍ର, କୃଷ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ସୁରକ୍ଷା ସଚେତନତା: ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ସଭାଗୃହଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୃତି ସମ୍ପାଦକ କୈଳାସ...

ଘନକୁହୁଡ଼ି ସହ ବାଲିଗୁଡ଼ାକୁ ପୁଣି ଫେରିଛି ଶୀତ, ଯାନବାହନ ଚଳାଚଳରେ ବାଧା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରି। ଲଘୁଚାପ ବର୍ଷା ପରେ...

ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଅନୁଗୋଳ,୬ା୧: ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ...

ମା’ଙ୍କ ଖର୍ଚ୍ଚ ରସିଦ ବହିରେ ତାଳମେଳ ନାହିଁ

ମହାକାଳପଡ଼ା, ୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପୂର୍ବତନ ଟ୍ରଷ୍ଟିଙ୍କ ଫଲ୍ସ ରସିଦ ହିସାବ ତଦନ୍ତ ବେଳେ ଧରାପଡ଼ିଛି। ୨୦୧୪...

କ୍ରିକେଟ୍‌ରେ ଇତିହାସ ରଚିଲେ ପାକିସ୍ତାନ ଯୋଡ଼ି: ଭାଙ୍ଗିଲା ୨୨ ବର୍ଷର ରେକର୍ଡ

କେପଟାଉନ,୬।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ବରଗଡ଼ରେ ହେବ ବାଲ୍‌ ଧନୁଯାତ୍ରା

ମଥୁରାନଗରୀ,୬।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। ତେବେ ଏହି...

ଭତ୍ରାଡ୍ୟାମ୍‌ରେ ୧୦ ବିଦେଶୀ ପ୍ରଜାପତିର ପକ୍ଷୀ

ଭବାନୀପାଟଣା,୬।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଡିସେମ୍ବର ଶେଷ ସପ୍ତାହରୁ ଶୀତର ଲହରି ଆରମ୍ଭ ହୋଇଛି। ଶୀତ ଋତୁର ଆରମ୍ଭରୁ ପ୍ରାୟ ୧୦ରୁ ଅଧିକ ପ୍ରଜାତିର ପରିବ୍ରାଜକ...

ମୟୂରଭଞ୍ଜରେ ଜେଏମ୍‌ଏମ୍‌ର ସଭାପତି ଘୋଷଣା

ବାରିପଦା,୬।ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନୂତନ ମୟୂରଭଞ୍ଜ ଜିଲା କମିଟି ଘୋଷିତ ହୋଇଛି। ସ୍ଥାନୀୟ ରଘୁନାଥପୁରସ୍ଥିତ ମଣ୍ଡପରେ ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri