ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌: ଆଜି ୩୮୭ ପଜିଟିଭ୍‌ ଚିହ୍ନଟ, ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୮୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩,୦୨୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୨୦ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୧ ଏବଂ ଅନୁଗୋଳରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ବାଲେଶ୍ୱରରୁ ୧୬, ବରଗଡ଼ ୧୭, ଭଦ୍ରକ ୨୧, ବଲାଙ୍ଗୀର ୧୬, ବୌଦ୍ଧ ୨, କଟକ ୧୯, ଦେବଗଡ଼ ୮, ଢେଙ୍କାନାଳ ୫, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୭, ଯାଜପୁର ୯, ଝାରସୁଗୁଡ଼ା ୮, କଳାହାଣ୍ଡି ୧୫, କନ୍ଧମାଳ ୧, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୩, କୋରାପୁଟ ୩, ମାଲକାନଗିରି ୧, ମୟୂରଭଞ୍ଜ ୨୩, ନବରଙ୍ଗପୁର ୩, ନୟାଗଡ଼ ୩, ନୂଆପଡ଼ା ୧୩, ପୁରୀ ୧୪, ରାୟଗଡ଼ା ୬ ଏବଂ ସମ୍ବଲପୁର ୧୦ ଏବଂ ସୋନପୁରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛ ୧୩।

ସେହିପରି ଆଜି ରାଜ୍ୟରେ ୪ ଜଣଙ୍କ ଜୀବନ ନେଇଛି କରୋନା। ଖୋର୍ଦ୍ଧା, ବରଗଡ଼, ମୟୂରଭଞ୍ଜ ଏବଂ ମାଲକାନଗିରିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩,୦୨୯ରେ ପହଞ୍ଚିଥିବା ବେଳେ ୩,୧୭,୮୭୦ଜଣ ସୁସ୍ଥ ହୋଇଛନ୍ତି। ୩୩୦୮ ଜଣ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୧୭୯୮କୁ ବୃଦ୍ଧି ପାଇଛି।

Share