Categories: ରାଜ୍ୟ

ରାସ୍ତାକଡ଼ରେ ନିମ୍ବ ଚାରା ରୋପଣ

ଭାପୁର,୧୦ା୭(ଡି.ଏନ୍‌.ଏ)-ଭାପୁର ବ୍ଲକ କଇଁଫୁଲିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶା ଓ ଭରସା ଟ୍ରଷ୍ଟ ଓ ଛାତ୍ରୀଛାତ୍ରଙ୍କ ପକ୍ଷରୁ ମଙ୍ଗଳବାର ରାସ୍ତାକଡ଼ରେ ୩ ଶହରୁ ଊର୍ଦ୍ଧ୍ୱ ନିମ୍ବ ଚାରା ରୋପଣ କରାଯାଇଛି। କଇଁଫୁଲିଆ ଓ ରାକମା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡ଼ରେ ଗାତ ଖୋଳି ଏହି ଔଷଧୀୟ ଚାରା ରୋପଣ କରାଯାଇଛି। ଅନୁଷ୍ଠାନର ସଭାପତି ମନୋରଞ୍ଜନ ବାରିକ, ସମ୍ପାଦକ ନିହାର ରଞ୍ଜନ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ତାପସ ମହାରଣା ଓ ଉପସଭାପତି ହେମନ୍ତ କୁମାର ସାହୁଙ୍କ ସହ କଇଁଫୁଲିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ସ୍ବାଇଁ ଏହି ଚାରାରୋପଣ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ, ଗାର୍ଡ ଛବିରାଣୀ ଦେଈ ଓ ରାଜେଶ୍ୱରୀ ସେଠୀ, ସରପଞ୍ଚ ମମତା ରାଣୀ ବେହେରା, ନାଏବ ସରପଞ୍ଚ ମନୋରଞ୍ଜନ ସାହୁ, ପୂର୍ବତନ ସରପଞ୍ଚ ସୁରେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥିଲେ। ଛାତ୍ରୀଛାତ୍ର ନିମ୍ବ ଚାରା ଲଗାଇ ସମସ୍ତଙ୍କୁ ବୃକ୍ଷ ବୃଦ୍ଧି ଓ ସବୁଜ ବନାନୀ ସୃଷ୍ଟି କରିବାକୁ ସନ୍ଦେଶ ଦେଇଛନ୍ତି।

Share