ବିଜେଡିର ଛିଡୁନି ବାଲେଶ୍ୱର ଅଙ୍କ: ପ୍ରତାପଙ୍କ ବିରୋଧରେ କାହାକୁ ଓହ୍ଲାଇବ ଦଳ

ଭୁବନେଶ୍ୱର,୬।୪: ବିଜେଡି ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ୨୦ ଲୋକ ସଭା ଏବଂ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବାଲେଶ୍ୱର ଲୋକ ସଭା ଆସନ ସମେତ ୩୯ ବିଧାନସଭା ଆସନର ଘୋଷଣା ବାକି ରହିଛି। ଘୋଷଣା ହୋଇ ନ ଥିବା ଅଧିକାଂଶ ଆସନରେ ବିଧାୟକମାନଙ୍କୁ ଆଶାୟୀ ପ୍ରାର୍ଥୀକଡା ଟକ୍କର ଦେଉଛନ୍ତି। ୨୦ରୁ ଅଧିକ ଆସନକୁ ନେଇ ବିଜେଡି ଚିନ୍ତାରେ ଅଛି। ତେବେ ବାଲେଶ୍ବର ଲୋକ ସଭାରେ କିଏ ହେବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ? ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ହେବେ। ତାହା ଉପରେ ସମସ୍ତଙ୍କ ନଜର ରହିଛି। ବାଲେଶ୍ବର ଲୋକ ସଭା ସହ ସେଠାର ୩ ବିଧାନସଭା ଆସନରେ ବି ବିଜେଡିର ସଂଗୀନ ସ୍ଥିତି । ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସୁବାସିନୀ ଜେନା ବସ୍ତାରୁ ଟିକେଟ ପାଇବା ପରେ ବାଲେଶ୍ୱର ଲୋକ ସଭା ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ରବୀନ୍ଦ୍ର ଜେନା ଏବଂ ବାଲେଶ୍ୱର ବିଧାନସଭା ପ୍ରାର୍ଥୀ ସ୍ବରୂପ ଦାସଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନ ଥିବାରୁ ବିଜେଡି ଲୋକ ସଭା ଆସନରେ ନୂଆ ପ୍ରାର୍ଥୀ ଯୋଗାଡ଼ରେ ରହିଥିବା କୁହାଯାଉଛି।

Share