୩୯ ପୋଲିସ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୫ା୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହାକୁ ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା ଭାବେ ଜିଲା ପୋଲିସ ପ୍ରଶାସନ ଦିନରାତି ଏକ କରିଦେଇଛି। ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ, କୋଭିଡ୍‌ ସଚେତନତା, ଆମାନିଆଙ୍କୁ ସାବାଡ୍‌ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛି। ଏହିସବୁ କାର୍ଯ୍ୟ କଲାବେଳେ କରୋନାରେ ପୋଲିସ କର୍ମଚାରୀ ଆକ୍ରାନ୍ତ ହେଉଥିବା ଜଣାପଡିଛି। କରୋନା ଦ୍ୱିତୀୟ ଲହରରେ ଜିଲାରେ ବର୍ତ୍ତମାନ ସୁଦ୍ଧା ୩୯ଜଣ ଆକ୍ରାନ୍ତ ପୋଲିସ କର୍ମଚାରୀ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତ ହୋଇଥିବା ସମସ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଏସ୍‌ପି ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

Share