Categories: ଖେଳ

୪୫ ଦେଶ ବିପକ୍ଷରେ ବିଜୟ ହାସଲ କଲେଣି ଆଫଗାନିସ୍ତାନର ଏହି ଖେଳାଳି

ନୂଆଦିଲ୍ଲୀ,୨୩।୬: ଚଳିତ ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଦଳ ପୂର୍ବରୁ ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ହରାଇସାରିଛି। ତେବେ ଏହି ବିଜୟ ସହିତ ଦଳର ବରିଷ୍ଠ ଖେଳାଳି ମହମ୍ମଦ ନବୀ ଏକମାତ୍ର ଖେଳାଳି ଭାବେ ୪୫ ଦେଶ ବିପକ୍ଷରେ ବିଜୟ ହାସଲ କରିଛନ୍ତି।

ନବୀ ହରାଇଥିବା ଦେଶ ଗୁଡ଼ିକ ହେଉଛି ବହାରିନ, ମାଲେସିଆ, ସାଉଦି ଆରବ, କୁଏଟ, କତାର, ଇରାନ, ଥାଇଲାଣ୍ଡ, ନେପାଳ, ୟୁଏଇ, ଜାପାନ, ବାହାମା, ବୋତସ୍ୱାନା, ଜର୍ସି, ଫିଜି, ତାଞ୍ଜାନିଆ, ଇଟାଲୀ, ହଂକଂ, ଆର୍ଜେଣ୍ଟିନା, ପାପୁଆ ନ୍ୟୁ ଗିନି, କେମାନ ଦ୍ୱୀପପୁଞ୍ଜ, ଓମାନ, ଡେନମାର୍କ, ବରମୁଣ୍ଡା, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଚୀନ୍, ନାମିବିଆ, ସିଙ୍ଗାପୁର, କାନାଡା, ଆମେରିକା, କେନିଆ, ପାକିସ୍ଥାନ, ତ୍ରିନିଦାଦ ଏବଂ ଟୋବାଗୋ, ଭୁଟାନ, ମାଲଦ୍ୱୀପ, ବାରବାଡୋସ, ଉଗାଣ୍ଡା, ବାଂଲାଦେଶ, ଜିମ୍ବାୱେ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ।

ତେବେ ରବିବାର ଖେଳାଯାଇଥିବା ଟି -୨୦ ବିଶ୍ୱକପ ୨୦୨୪ ରେ ଅଷ୍ଟ୍ରେଲିଆର ୫ ମ୍ୟାଚ୍ ବିଜୟ ଧାରା ଅଟକିଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଫଗାନିସ୍ତାନ ପାଇଁ ବ୍ୟାଟିଂ କରିବାକୁ ଆସିଥିବା ଓପନର୍ ରହମାନୁଲ୍ଲା ଗୁରୁବାଜ୍ ଏବଂ ଇବ୍ରାହିମ୍ ଜାଦ୍ରାନ୍ ଦଳ ପାଇଁ ଦୃଢ ମୂଳଦୁଆ ପକାଇଥିଲେ। ଦୁହେଁ ପ୍ରଥମ ୱିକେଟରେ ୧୧୮ ରନ୍ ପାର୍ଟନରସିପ କରିଥିଲେ। ତେବେ ପ୍ୟାଟ୍ କମିନ୍ସଙ୍କ ହ୍ୟାଟ୍ରିକ୍ ବଳରେ ଆଫଗାନିସ୍ତାନ ୧୪୮ ରନରେ ସୀମିତ ରହିଥିଲା। ଏହାପରେ ଗୁଲବାଦ୍ଦିନଙ୍କ ନେତୃତ୍ୱରେ ଆଫଗାନିସ୍ତାନ ବୋଲରମାନେ ଅଷ୍ଟ୍ରେଲିଆର ଟପ୍ ଅର୍ଡରକୁ ଭେଦ କରି ଏହି ବିଜୟ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ୪ ଓଭର ବୋଲିଂ କରି ମାତ୍ର ୨୦ ରନ୍ ବ୍ୟୟରେ ୪ ୱିକେଟ ହାସଲ କରିଥିବା ଗୁଲବାଦ୍ଦିନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା।

Share