୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ

ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍‌ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଏଥିସହ ଅନ୍ୟଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ମୁମ୍ବାଇ ପୋଲିସ। ସୂଚନା ମୁତାବକ ଗିରଫ ହୋଇଥିବା ୪ଜଣଙ୍କ ଅଭିଯୁକ୍ତ ଭିତରୁ ଜଣେ ନକଲି ର଼୍ୟାକେଟ ଚଲାଉଥିବା ବେଳେ ଅନ୍ୟଜଣକ ବଡ଼ ବଡ଼ ସୋସାଇଟିରେ ଟିକାକରଣ ଶିବିର ଆୟୋଜନ କରୁଥିଲେ। ସେହିପରି ଆଉ ୨ଜଣ ଅଭିଯୁକ୍ତ ଲୋକଙ୍କର ନକଲି ପରିଚୟ ପତ୍ର ତିଆରି କରୁଥିବା ଜଣାପଡ଼ିଛି। ସେହିପରି ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି ଯିଏ ଟିକା ଆଣିବା କାର୍ଯ୍ୟ କରୁଥିେଲେ। ଏହି ଘଟଣାର ତଦନ୍ତ ଜାରି ରହିଛି। ତେବେ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ଟିକା ପ୍ରକୃତ କି ନୁହେଁ ସେନେଇ ତଦନ୍ତ କରାଯାଉଛି ବୋଲି ମୁମ୍ବାଇ ଏସିପି ଦିଲ୍ଲୀପ ସାଓ୍ବନ୍ତ କହିଛନ୍ତି। ସୂଚନାଯୋଗ୍ୟ, ମେ’୩୦ରେ ହିରାନନ୍ଦାନୀ ସୋସାଇଟିରେ ମିଛ ଟିକାକରଣ ଅଭିଯାନ କରାଯାଇଥିବା ଅଭିଯୋଗ ହୋଇଥିଲା। ଟିକା ନେବା ପରେ ବି କାହାଠାରେ କିଛି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ପ୍ରତି ଲୋକଙ୍କଠାରୁ କୋଭିଶିଲ୍ଡ ଟିକାର ଡୋଜ୍‌ ପାଇଁ ୧୨୬୦ଟଙ୍କା ନିଆଯାଇଥିବା ବେଳେ କିଛି ଲୋକଙ୍କୁ ଭିନ୍ନ ଭିନ୍ନ ତାରିଖର ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

Share