ଦନ୍ତା ଆକ୍ରମଣରେ ଶିଶୁର ପ୍ରାଣଗଲା, ଦୁଇ ଗୁରୁତର

ଝୁମ୍ପୁରା,୧୧।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଫରେଷ୍ଟ ଅନ୍ତର୍ଗତ ମଲଦା ଗ୍ରାମ ମୁଣ୍ଡା ସାହିରେ ଗୁରୁବାର ଭୋର୍‌ରୁ ଗୋଠଛଡ଼ା ଦନ୍ତା ଆକ୍ରମଣରେ ସିନି ମୁଣ୍ଡା ନାମକ ଜଣେ ୭ ବର୍ଷ ଶିଶୁର ପ୍ରାଣହାନି ଘଟିଥିବାବେଳେ ଆଉ ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।