ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ତୃତୀୟ ପର୍ଯ୍ୟାୟ ଯୁକ୍ତ୩ ନାମଲେଖା ପାଇଁ ଆବେଦନ ସୋମବାରଠାରୁ ଆରମ୍ଭ ହେବ। ରାଜ୍ୟରେ ୧,୦୨୪ଟି ଡିଗ୍ରୀ କଲେଜ ରହିଛି। କଳା, ଫିଜିକାଲ ସାଇନ୍ସ, ବାୟୋଲଜିକାଲ ସାଇନ୍ସ ଏବଂ ବାଣିଜ୍ୟରେ ପୂର୍ବରୁ ୨ଟି ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ ସିଟ୍ ବଳକା ରହିଥିବାରୁ ପୁଣି ତୃତୀୟ ପର୍ଯ୍ୟାୟ ନାମଲେଖା ହେବ। ତେଣୁ ୧୪ ତାରିଖରୁ ନାମଲେଖା ଲାଗି ଅନ୍ଲାଇନ୍ରେ ଫର୍ମ ଉପଲବ୍ଧ ହେବ। ପୂର୍ବାହ୍ନ ୧୧ଟାରୁ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୭ ଧାର୍ଯ୍ୟ ହୋଇଛି। ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ୨୩ ଓ ୨୪ ତାରିଖରେ ନାମ ଲେଖାଇବେ। ସେହିପରି ୨୯ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ଚୂଡ଼ାନ୍ତ ନାମଲେଖା ତଥ୍ୟ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିବା ସହ ନଭେମ୍ବର ୩୦ ସୁଦ୍ଧା ନାମଲେଖାଇଥିବା ଛାତ୍ରୀଛାତ୍ର ନାମଲେଖା ଫି’ ପୈଠ କରିବା ବାଧ୍ୟତାମୂଳକ କରାଯାଇଛି।