ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୧୨ ଗିରଫ

ବରପାଲି,୩୧ା୧(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ପୋଲିସ ଯୁକ୍ତ ୩ ତୃତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ କରି ୧୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁ ଏବଂ ୧୧ଜଣ ଛାତ୍ର ରହିଛନ୍ତି। ଗୁରୁବାର ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏ ନେଇ ବରପାଲି ଥାନାରେ ଏକ ମାମଲା (ନଂ.୨୯/୨୫) ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ୨୯ ତାରିଖରେ ବରପାଲି ମହାବିଦ୍ୟାଳୟରେ ଯୁକ୍ତ ୩ ତୃତୀୟ ସେମିଷ୍ଟର ପରୀକ୍ଷା ଚାଲିଥିଲା। ଏହି ସମୟରେ ସ୍କ୍ବାଡ୍‌ ଟିମ୍‌ ଯାଞ୍ଚ କରୁଥିବା ବେଳେ କିଛିଜଣ ଛାତ୍ରଙ୍କ ନିକଟରେ ସମାନ ପ୍ରଶ୍ନପତ୍ର ଓ ଉତ୍ତରପତ୍ର ଥିବା ଦେଖିବାକୁ ପାଇଥିଲେ। ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସୂଚନା ଦେବାରୁ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ପରୀକ୍ଷା ହଲକୁ ଆସି ତଦାରଖ କରିବା ପରେ କିଛି ଛାତ୍ରଙ୍କ ପାଖରେ ସେଭଳି ପ୍ରଶ୍ନ ଓ ଉତ୍ତରପତ୍ର ଥିବା ଜଣାପଡିଥିଲା। ଉକ୍ତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସ୍ପଷ୍ଟ ହେବା ପରେ ଅଧ୍ୟକ୍ଷା ବୁଧବାର ଏ ନେଇ ବରପାଲି ଥାନାରେ ଏତଲା ଦେଇଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିବା ସହ ଅଧିକ ଛାନ୍‌ଭିନ କରିଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଟ୍ରାକ୍ଟର: ୨ ଗୁରୁତର

ପାଟଣା,୨୪।୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ମୀରିଖୋଜି ପଞ୍ଚାୟତ ଅସନ ବାହାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛକ ନିକଟରେ ସୋମବାର ଏକ ମହେନ୍ଦ୍ରା ଟ୍ରାକ୍ଟର...

ଅଧିକାରୀଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ: ସମସ୍ୟାର ତ୍ୱରିତ ସମାଧାନ କରନ୍ତୁ…

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ଭେଡେନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ...

ମେଡିସିନ ଷ୍ଟୋରରୁ ସଟର ତାଲା ଭାଙ୍ଗି ଚୋରି ଘଟଣା: ୨ ପେଶାଦାର ଅପରାଧୀ ଗିରଫ , ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ

ବାଲିଗୁଡା,୨୪।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଟାଉନରେ ଏକ ଚୋରି ଘଟଣାରେ ବାଲିଗୁଡା ବୋଲିସ ସୋମବାର ୨ ପେଶାଦାର ଅପରାଧୀଙ୍କ ସମେତ କିଛି ଚୋରୀ...

ଅଚାନକ ଯୋଗାଣ ମନ୍ତ୍ରୀଙ୍କ ଗଞ୍ଜାମ ବ୍ଲକ ଗ୍ରସ୍ତ, ଛାନିଆ ହେଲେ ଅଧିକାରୀ

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ହଠାତ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗ୍ରସ୍ତ କରି ମଣ୍ଡି ପରିଦର୍ଶନ କରିଛନ୍ତି l ମନ୍ତ୍ରୀଙ୍କ ଅଚାନକ ଗ୍ରସ୍ତକୁ...

ମହିଳା ସମିତିର ନିଶାମୁକ୍ତ ଅଭିଯାନ: ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀ କଲେ ଶପଥ ପାଠ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ ): ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା...

ଗଞ୍ଜାମ ସମୁଦ୍ର ତଟରେ ଲାଗିଲା ବିରାଟକାୟ ଲୌହ ପିଣ୍ଡ, ଦେଖିବାକୁ ଲୋକଙ୍କ ଭିଡ଼

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ଵର-ପୋଡମପେଟା ସମୁଦ୍ର କୂଳରେ ଏକ ଲୌହ ପିଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା l ଏହାକୁନେଇ ଭିନ୍ନ ମତ ପ୍ରକାଶ...

ନୂତନ ବ୍ଳକ ମାନ୍ୟତା ଦାବିରେ ଏକାଠି ହେଲେ ୧୪ ପଞ୍ଚାୟତବାସୀ

ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ବ୍ଲକ ସଂଖ୍ୟା ବୃଦ୍ଧି ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାରାୟଣ ନାଏକ ଗତ ବିଧାନସଭାରେ ଘୋଷଣା କରିଥିଲେ। ମନ୍ତ୍ରୀଙ୍କ ଏହି ଘୋଷଣା...

ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ

ଛତ୍ରପୁର,୨୪।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଏକ ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image