Posted inଖେଳ

ରୋମାଞ୍ଚକର ସୁପର୍ ଓଭରରେ ଆଫଗାନିସ୍ତାନକୁ ହରାଇ ଭାରତର କ୍ଲିନ୍‌ ସୁଇପ୍‌

ବେଙ୍ଗାଲୁରୁ,୧୭।୧: ରୋହିତ ଶର୍ମାଙ୍କ ପଞ୍ଚମ ଟି୨୦ ଶତକ ସତ୍ତ୍ୱେ ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ମ୍ୟାଚରେ ଡବଲ ଟାଇରୁ ଫଳାଫଳ ମିଳିଛି। ଡବଲ ସୁପର ଓଭରରେ ଜିତିବା ସହ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ମ୍ୟାଚ ପରି ପ୍ରଥମ ସୁପର ଓଭରରେ ମଧ୍ୟ ଟାଇରେ ଶେଷ ହୋଇଥିଲା। ଆଫଗାନିସ୍ତାନ ୧୬ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ସମାନ ରନ୍‌ କରିଥିଲା। ପରେ ଦ୍ୱିତୀୟ ସୁପର ଓଭରରେ ଭାରତ ମାତ୍ର ୧୧ ରନରେ ଏହାର ଦୁଇ ଉଇକେଟ ହରାଇଥିଲା। ରୋହିତ ପ୍ରଥମ ୩ ବଲରେ ୧୧ ରନ୍‌ କରିଥିବା ବେଳେ ପରବର୍ତ୍ତୀ ୨ ବଲରେ ଭାରତ ୨ ଉଇକେଟ ହରାଇଥିଲା।

ଦ୍ୱିତୀୟ ସୁପର ଓଭରରେ ରବି ବିଷ୍ଣୋଇଙ୍କୁ ବୋଲିଂ ଭାର ଦେଇ ରୋହିତ ଯେଉଁ ରିସ୍କ ନେଇଥିଲେ ତାହା କାମ ଦେଇଥିଲା। ବିଷ୍ଣୋଇ ୩ ବଲରେ ଦୁଇ ଉଇକେଟ ନେବାରୁ ଭାରତ ମ୍ୟାଚ୍‌ ଜିତିବା ସହ ପୂରା ଷ୍ଟାଡିୟମ ଝୁମି ଉଠିଥିଲା। ରୋହିତ ଶର୍ମା ଟି୨୦ରେ ନିଜର ପଞ୍ଚମ ଶତକ ସହ ଅପରାଜିତ ୧୨୧ ରନ୍‌ କରିବାରୁ ଭାରତ ୨୦ ଓଭରରେ ୪ ଉଇକେଟରେ ୨୧୨ ରନ୍‌ କରିଥିଲା। ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ୬ ଉଇକେଟରେ ୨୧୨ ରନ୍‌ କରିଥିଲା।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲା। ତେବେ ଯଶସ୍ବୀ ଜୟସ୍ବାଲ(୪) ବିଫଳ ହୋଇଥିଲେ। ମ୍ୟାଚ୍‌ର ତୃତୀୟ ଓଭରରେ ଲଗାତାର ବଲରେ ଜୟସ୍ବାଲ ଓ ଖାତା ଖୋଲିବା ପୂର୍ବରୁ ବିରାଟ କୋହଲି ଫରିଦ ଅହମଦଙ୍କ ବଲ୍‌ରେ ଆଉଟ ହୋଇଥିଲେ। ପରବର୍ତ୍ତୀ ଓଭରରେ ଶିବମ ଦୁବେ ୧ ରନ୍‌ କରି ପ୍ୟାଭିଲିୟନ ଫେରିଥିବା ବେଳେ ଚତୁର୍ଥ ଓଭରରେ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ ସଞ୍ଜୁ ସାମସନ୍‌। ଭାରତୀୟ ଦଳ ୨୨ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ତେବେ ସ୍ବଭାବ ବିପରୀତ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ ରୋହିତ ଶର୍ମା ଓ ରିଙ୍କୁ ସିଂ। ପ୍ରଥମେ ସେଟ୍‌ ହେବା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ପଞ୍ଚମ ଉଇକେଟରେ ୧୯୦ ରନ୍‌ ଯୋଡିଥିଲେ। ରୋହିତ ଶର୍ମା ଅପରାଜିତ ୧୨୧ ରନ୍‌ କରିଥିବା ବେଳେ ରିଙ୍କୁ ୬୯ ରନ୍‌ କରିଥିଲେ। ରୋହିତ ୬୯ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୮ ଛକା ସହାୟତାରେ ୧୨୧ ରନ୍‌ କରିଥିଲେ। ଅନ୍ୟପକ୍ଷରେ ରିଙ୍କୁ ସିଂ ୩୯ ବଲ୍‌ ଖେଳି ୨ ଚୌକା ଓ ୬ ଛକା ମାରିଥିଲେ। ପ୍ରଥମ ୧୦ ଓଭରରେ ଭାରତ ମାତ୍ର ୬୦ ରନ୍‌ କରିଥିବା ବେଳେ ଅନ୍ତିମ ୧୦ ଓଭରରେ ଦଳ ୧୫୨ ରନ୍‌ ସ୍କୋର କରିଥିଲା। ଆଫଗାନିସ୍ତାନ ପକ୍ଷରୁ ସଫଳ ବୋଲର ଭାବେ ଫରିଦ୍‌ ଅହମଦ ୨୦ ରନ୍‌ରେ ୩ ଓ ଅଜମତଉଲ୍ଲା ଓମାରଜାଇ ୧ ଉଇକେଟ ନେଇଥିଲେ।

ପ୍ରଥମ ଉଇକେଟରେ ଆଫଗାନିସ୍ତାନ ପକ୍ଷରୁ ରହମାନଉଲ୍ଲା ଗୁରବାଜ(୫୦) ଓ ଇବ୍ରାହିମ ଜାଦ୍ରାନ(୫୦) ୯୩ ରନ୍‌ କରିଥିଲା। ୧୧ ତମ ଓଭରରେ ରହମାନଉଲ୍ଲା ଗୁରବାଜଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ କୁଲଦୀପ ଯାଦବ। ଏହାର ୨ ଓଭର ମଧ୍ୟରେ ଲଗାତାର ୨ ବଲ୍‌ରେ ୨ ଉଇକେଟ ନେଇ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ ଓ୍ବାଶିଂଟନ୍‌ ସୁନ୍ଦର। ପରବର୍ତ୍ତୀ ଦୁଇ ବ୍ୟାଟର ମହମ୍ମଦ ନବି (୩୪)ଓ ଗୁଲବଦିନ ନାଇବ(୫୫*) ଦ୍ରୁତ ୫୬ ରନ୍‌ ଯୋଡିଥିଲେ। ତେବେ ନବିଙ୍କୁ ୧୭ତମ ଓଭରରେ ଆଉଟ କରିଥିଲେ ସୁନ୍ଦର। ଅନ୍ତିମ ୨ ଓଭରରୁ ୩୬ ରନ୍‌ ଆବଶ୍ୟକ ଥିବା ବେଳେ ଆଭେଶ ଖାନ୍‌ ନଜିବୁଲ୍ଲାଙ୍କୁ ଆଉଟ କରିବା ସହ ୧୭ ରନ୍‌ ବ୍ୟୟ କରିଥିଲେ। ଅନ୍ତିମ ଓଭରରରେ ନାଇବ ୧୮ ରନ୍‌ କରିବାରୁ ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri