ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଉକ୍ତ କ୍ଲାସ୍‌ (କର୍ମଶାଳା) ଏକ୍ସଟ୍ରୁଜନ ଇଣ୍ଡଷ୍ଟ୍ରିରେ ଅଭିନବତା ଓ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇଥାଏ। ଏପରିକି ମେଟାଲର୍ଜି ଅଫ୍‌ ଏକ୍ସଟ୍ରୁଜନ ଶୀର୍ଷକ ଅଧିବେଶନରେ ଆମେରିକା, ବ୍ରିଟେନ, ସାଉଦି ଆରବ, ଇଟାଲୀ, ସ୍ପେନ୍‌, ମେକ୍ସିକୋ, କାତାର, ୟୁଏଇ ଏବଂ ଭାରତରୁ ରେଜିଷ୍ଟ୍ରେଶନ ସହ ୨୦୦ ଅଂଶଗ୍ରହଣକାରୀ ଉକ୍ତ କର୍ମଶାଳାରେ ଯୋଗଦେଇଥିଲେ। ବେଦାନ୍ତ ଆଲୁମିନିୟମ ପାଇଁ ବିଲେଟ ଏକ୍ସଟ୍ରୁଜନ ଉପରେ ସର୍ବଭାରତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତାମାନେ ଏହି ଅଧିବଶେନ ପରିଚାଳନା କରିଥିଲେ। ଏଥିରେ ନୂତନ ଜ୍ଞାନର ବିକାଶ, ନୂଆ ପ୍ରୟୋଗ ଓ ବୈଷୟିକ ଜ୍ଞାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, ଗ୍ରାହକଙ୍କ ଗତିଶୀଳ ଆବଶ୍ୟକତାକୁ ଧ୍ୟାନଦେଇ ଆମେ ସାମଗ୍ରୀ ଯୋଗାଇଥାଉ। ଏପରିକି କ୍ରମାଗତ ଭାବେ ଆମ ଉତ୍ପାଦର ଉନ୍ନତି, ଗୁଣବତ୍ତା ପ୍ରତି ଧ୍ୟାନ ଦେବା ସହ ଗ୍ରାହକ ସଶକ୍ତୀକରଣ ପ୍ରତି ମଧ୍ୟ ଆମେ ସଚେତନ ରହିଛୁ। ବେଦାନ୍ତ ଆଲୁମିନିୟମର ବୈଷୟିକ ପରାମର୍ଶଦାତା (ଏକ୍ସଟ୍ରୁଜନ) ଜୋନାଥନ ପାଙ୍ଗବୋର୍ଡ କହିଛନ୍ତି, ମୁଁ ଆଲୁମିନିୟମ ଏକ୍‌ସଟ୍ରୁଜନକୁ ଆମର ଆଧୁନିକ ଜୀବନରେ ଏକ ପ୍ରମୁଖ ଉପାଦାନ ଭାବେ ଦେଖୁଛି, ଯାହା ଆମର ଅଧିକାଂଶ ଗ୍ୟାଜେଟ, ଯାନ ପ୍ରଭୃତିରେ ଅନ୍ତର୍ଭୁକ୍ତ ହୋଇଛି। ଉକ୍ତ ଜ୍ଞାନ ବାଣ୍ଟିବାର ଆବଶ୍ୟକତା ଉପରେ ଧ୍ୟାନ ଦେଇ ଆମେ ନୂଆ ଶିଳ୍ପପତିମାନଙ୍କୁ ପ୍ରୋତ୍ସାହିତ କରୁଛୁ ଓ ଏକ ସହଭାଗୀ ପ୍ରତବିଦ୍ଧତାକୁ ଉତ୍ସାହିତ କରୁଛୁ। ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ଅଗ୍ରଣୀ ଉପତ୍ଦପକ ତଥା ସର୍ବୋଚ୍ଚ ଗୁଣାତ୍ମକ ବିଲେଟ ରପ୍ତାନିକାରୀ, ଯିଏକି ୧ମ, ୩ୟ ଓ ୬ଷ୍ଠ ଆଲୋଇ ସିରିଜ ସହ ବିଭିନ୍ନ ପ୍ରକାର ପସନ୍ଦ ପ୍ରଦାନ କରି ବିଶ୍ୱ ଏକ୍ସଟ୍ରୁଜନ ଶିଳ୍ପକୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସାମଗ୍ରୀ ପ୍ରସ୍ତୁତ କରିଥାଏ। ଉତ୍ପାଦ

 

 

Share