ଗ୍ୟାଙ୍ଗଟକ୍,୧୩।୨: ସିକ୍କିମରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୧୫ ରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁ କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ। ଭୂକମ୍ପର କେନ୍ଦ୍ର ଉତ୍ତର-ପୂର୍ବ ୟୁକସୋମରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୭୦ କିଲୋମିଟର ଗଭୀରରେ ଥିଲା।
ରବିବାର ଦିନ ଆସାମର କିଛି ଅଞ୍ଚଳରେ ଚାରି ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଗୁଆହାଟୀଠାରୁ ୧୬୦ କିଲୋମିଟର ଦୂରରେ ଥିବା ଆସାମର ହୋଜାଇ ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।