Categories: ଜାତୀୟ

କୋର୍ଟରେ ରହିଛି ସାଢ଼େ ୪ କୋଟି ବିଚାରାଧୀନ ମାମଲା…

ନୂଆଦିଲ୍ଲୀ,୪।୮: ସମ୍ପ୍ରତି ଦେଶରେ ପ୍ରାୟ ସାଢ଼େ ୪ କୋଟି ବିଚାରାଧୀନ ମାମଲା ନିମ୍ନ ଏବଂ ଅଧିନସ୍ଥ କୋର୍ଟରେ ପଡ଼ିରହିଛି। ଏସମ୍ପର୍କରେ ଲୋକ ସଭାରେ ବୁଧବାର ଆଇନମନ୍ତ୍ରୀ କିରେନ ରିଜିଜୁ ସୂଚନା ପ୍ରଦାନ କରିଛନ୍ତି। ବିଜୁ ଜନତା ଦଳର ଏମ୍‌ପି ଅନୁଭବ ମହାନ୍ତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ଏଭଳି କହିଛନ୍ତି। ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରୀଡ୍‌( ଏନ୍‌ଜେଡିଜି) ପକ୍ଷରୁ ୨୦୨୧ ଜୁଲାଇ ୩୦ ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁସାରେ ନିମ୍ନ ଏବଂ ଅଧିନସ୍ଥ କୋର୍ଟରେ ୩ କୋଟି ୯୩ ଲକ୍ଷ ୨୧ ହଜାର ୬୦୭ଟି ବିଚାରାଧୀନ ମାମଲା ରହିଛି। କୋର୍ଟରେ ବିଚାରଧୀନ ମାମଲା ପାଇଁ କୌଣସି ସମୟ ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ଏକ୍ଷେତ୍ରରେ ସରକାରଙ୍କର କୌଣସି ଭୂମିକା ମଧ୍ୟ ନାହିଁ। ତେବେ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ବିଚାରାଧୀନ ମାମଲାର ତ୍ୱରିତ ବିଚାର ଲାଗି ପ୍ରୟାସ ଜାରି ରହିଛି। ଏହାଦ୍ୱାରା କୋର୍ଟରେ ବିଚାରାଧୀନ ମାମଲାର ବୋଝ କମ୍‌ ହୋଇ ପାରିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Share