୪୮ ଘଣ୍ଟା ଧରି ଲଗାଣ ବର୍ଷା: ବୁଡ଼ିଲା ଗଜପତି ଜିଲା

ପାରଳାଖେମୁଣ୍ଡି,୧୩।୧୧: ଗଜପତି ଜିଲାରେ ଦୀର୍ଘ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି। ଏପରିକି ରାତି ତମାମ ତୁହାକୁ ତୁହା ବର୍ଷା ଜାରି ରହିଛି। ଯାହା ଫଳରେ ଜିଲାର ତଳିଆ ଅଞ୍ଚଳ ଗୁଡ଼ିକରେ ପାଣି ଜମିରହିଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଡ୍ରେନେଜ୍‌ ସମସ୍ୟା ଦେଖାଯିବା ଯୋଗୁ ରାସ୍ତା ଉପରେ ଆଣ୍ଠୁଏ ଲେଖା ପାଣି ଜମିରହିଛି। ଲୋକମାନେ ଯିବାଆସିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ମଧ୍ୟ ପାଣି ପସିଯାଉଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ପାଣି ଜମି ରହିିଛି। ବର୍ତ୍ତମାନ ଧାନ ଆହାର ନେବା ସମୟରେ ଏପରି ଲଗାତାର ବର୍ଷା ଯୋଗୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବା କହିଛନ୍ତି।