୨ ବାଇକ ସହ ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ସକାଳେ ପୋଡ଼ା ମାରି ଗ୍ରାମ ନିକଟ ରାସ୍ତାରୁ ୨ ବାଇକ ସହ ୯୦ କେଜି ୫୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୪ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଆର.ଉଦୟଗିରି ଥାନା ପୋଇପାଣି ଗ୍ରାମର ପ୍ରଶାନ୍ତ ବଳିୟାର ସିଂ,ପାଟପୁର ଥାନା ଆମ୍ବ ଗାଁ ର ପୀତବାସ ଭୁଁୟା, ସିଙ୍ଗିପୁର ଗ୍ରାମର ସୁନୀଲ ଦୋରା ଏବଂ ବଡଗଡ ଥାନା ନିକୋଫେରି ଗ୍ରାମର ସୁନୀଲ ବଡ଼ ରଇତ। ସେମାନଙ୍କ ବିରୋଧରେ ଥାନା ମାମଲା ନଂ.୫୫୬/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ବ୍ରହ୍ମପୁର ସ୍ଥିତ ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରାଯିବ ବୋଲି ଜଣାପଡିଛି। ଗୁରୁବାର ସକାଳେ ଥାନା ଆଇଆଇସି,ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ, ରମାକାନ୍ତ ଶବର ପ୍ରମୁଖ ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ୨ଟି ବାଇକକୁ ପୋଲିସ ଟିମ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପରେ ପୋଲିସ ଟିମ ୨ଟି ବାଇକ ସହ ଅଭିଯୁକ୍ତମାନଙ୍କୁ ଥାନାକୁ ଉଠାଇ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ ଠକେଇ: ଝାଡ଼ଖଣ୍ଡରୁ ଅଭିଯୁକ୍ତ ଗିରଫ

ନୂଆପଡ଼ା,୧୯ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ଅଞ୍ଚଳରେ ଏକ ସାଇବର ଠକେଇ ଘଟଣାରେ ନୂଆପଡ଼ା ପୋଲିସ ଝାଡଖଣ୍ଡରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି...

ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ଯାଇ କୁହୁଡ଼ିରେ ଫସିଲେ ଉପ ମୁଖ୍ୟମନ୍ତ୍ରୀ ପରିଡ଼ା,ପରେ…  

ପଟ୍ଟାଙ୍ଗି,୧୯।୧୨(ଶରତ ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଟ୍ଟାଙ୍ଗି ବ୍ଲକ ତଥା କୋଟିଆ ପଞ୍ଚାୟତ ଅଧୀନରେ ରହିଥିବା ଦେଓମାଳି ପର୍ଯ୍ୟଟନସ୍ଥଳୀ...

ଟାଙ୍ଗୀ, ଚିଲିକା ଅଞ୍ଚଳରେ ଭୂମିକମ୍ପ, ଘରେ ସୃଷ୍ଟି ହେଲା ଫାଟ

ନିରାକାରପୁର, ୧୯।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଓ ଚିଲିକା ଅଞ୍ଚଳରେ ଭୂମିକମ୍ପ ଝଟକା। ଗୁରୁବାର ଅପରାହ୍ନ ୪.୫୧ରେ ୧ରୁ ଦୁଇ ସେକେଣ୍ଡ...

ଭାଇରାଲ ପରେ ଥାନା ଅଧିକାରୀଙ୍କ ଉପରେ ଆକ୍ସନ: ବଦଳିଲେ…

କଟକ,୧୯।୧୨: ଦଳିତ ଯୁବକଙ୍କୁ ରାସ୍ତା ଉପରେ ପକାଇ ପିଠି ଉପରେ ଚପଲ ମାଡ଼ି ଚଢ଼ିଯିବା ଘଟଣାର ଫଟୋ ଭାଇରାଲ ପରେ ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି।...

ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା: ମାଟ୍ରିକ୍‌ ଛାତ୍ରଙ୍କ ୨ ହାତ କଟିଲା, ଥାନାରେ ଏତଲା

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁ ଦିଗପହଣ୍ଡି ବ୍ଳକ କରପଡ଼ା ଗ୍ରାମ ବଡ଼ ସାହିର ରବି ବେହେରା (୧୫) ନାମକ ଜଣେ...

ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର,୧୯।୧୨: ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ। ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି। ସେ...

ଐତିହାସିକ ନିଷ୍ପତ୍ତି: ଶିମିଳିପାଳରେ ବାଘ ଜଗିବେ ସଶସ୍ତ୍ରବଳ

ଭୁବନେଶ୍ୱର,୧୯।୧୨: ମୟୂରଭଞ୍ଜ ଜିଲାର ଶିମିଳିପାଳ ଟାଇଗର ରିଜର୍ଭରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ସରକାର। ଶିକାର ତଥା ବନ୍ୟଜନ୍ତୁ...

ଗ୍ୟାସ ଟାଙ୍କି ଫାଟି ଚିକେନ୍‌ ଦୋକାନୀ ଗୁରୁତର

ବାଲିଗୁଡା,୧୯।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଚିକେନ୍‌ ଦୋକାନ ଭିତରେ ଗ୍ୟାସ ଟାଙ୍କି ଫାଟି ଜଣେ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri