ସ୍ପା ରେଡ: ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୪ କରୋନା ପଜିଟିଭ

ଇନ୍ଦୋର, ୧୦ ।୧: ଦେଶରେ କାୟା ବିସ୍ତାର କରି ଚାଲିଛି କରୋନା ମହାମାରୀ । ଏହି ସମୟରେ ମଧ୍ୟପ୍ରଦେଶ ଇନ୍ଦୋରର କ୍ରାଇମ ବ୍ରାଞ୍ଚ ଓ ମହିଳା ଥାନା ପୋଲିିସଙ୍କ ପାଇଁ ଅଡୁଆ ବଢିଯାଇଛି । ସୂଚନାଯୋଗ୍ୟ, ଇନ୍ଦୋର କ୍ରାଇମ ବ୍ରାଞ୍ଚ ଓ ମହିଳା ଥାନା ପୋଲିସର ମିଳିତ ସହଯୋଗରେ ସ୍ପା ପାର୍ଲରରେ ଚାଲିଥିବା ଦେହ ବ୍ୟବସାୟ ଉପରେ ଚଢାଉ କରାଯାଇଥିଲା । ଏଥିରେ ୧୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୮ଜଣ ଥାଇଲାଣ୍ଡର ଯୁବତୀ ରହିଛନ୍ତି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଥିବା ବେଳେ ଏବେ ସେମାନଙ୍କ ମଧ୍ୟରୁ ୪ ଜଣ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଯାହା ଜେଲ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି । ଏବେ ମହିଳା ଥାନାର ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିବା ସୂଚନା ମିଳିଛି । ସଂକ୍ରମିତଙ୍କ ମଧ୍ୟରେ ୪ ଜଣ ଥାଇଲାଣ୍ଡ ଯୁବତୀ ଥିବା ସୂଚନା ମିଳିଛି ।

Share