ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ମାମଲା: ୪ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମରେ କଲ୍ୟାଣମଣ୍ଡପ ଜମି ଚିହ୍ନଟକୁ କେନ୍ଦ୍ରକରି ବୁଧବାର ସକାଳେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ କେସ୍‌ ନଂ ୧୯୭/୨୦ ଅନୁଯାୟୀ ଶୁକ୍ରବାର ବ୍ରହ୍ମପୁର ଜିଲା ଦୌରାଜଜ୍‌ କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଧର୍ମନଗରର ଦିଲ୍ଲୀପ କୁମାର ପୃଷ୍ଟି, ତୃପ୍ତିନଗରର ଆକାଶ ସାହୁ, ଦିଗପହଣ୍ଡି ଥାନା ଏ. ରଘୁନାଥପୁର ଗ୍ରାମର ବୀରେନ୍ଦ୍ର ଗୌଡ଼ ଏବଂ ଆଦର୍ଶ ପାଢ଼ୀ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ୍‌କୁ ପଠାଇ ଦିଆଯାଇଛି।