ଗୋହତ୍ୟା କରି ବନ୍ଧା ହେଲେ ୪ ଅଭିଯୁକ୍ତ

କୋରୁକୋଣ୍ଡା ୨୫।୮(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ କୋଇଲିପରି ନିକଟ ଜଙ୍ଗଲରେ କେତେକ ବ୍ୟକ୍ତି ଗାଈଙ୍କୁ ହତ୍ୟା କରି ମାଂସ କାଟୁ ଥିବା ସ୍ଥାନୀୟ ଲୋକେ ଦେଖି ଥାନାକୁ ଜଣାଇଥିଲେ। ଖବର ପାଇ ମାଲକାନଗିରି ଆଦର୍ଶ ଥାନା ଏସ୍‌ଆଇ ପ୍ରଶାନ୍ତ କୁମାର ସାବତଙ୍କ ନେତୃତ୍ୟରେ ଏକ ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ଘଟଣାସ୍ଥଳରୁ ବବୁଲୁ ଖରା(୬୫), ରାମ କୃଷ୍ଣ ମାଣ୍ଡି(୩୦), ରାମ ଖରା(୬୫), ଅର୍ଜୁନ ମାଣ୍ଡି(୬୦)ଙ୍କୁ ଗିରଫ କରିଥିଲା। ସେମାନେ ସମସ୍ତେ କୋଇଲିପରି ଗ୍ରାମର ବୋଲି ଜଣାପଡିଛି। ପୋଲିସ ସେମାନଙ୍କ ନିକଟରୁ ଗୋମାଂସ ଏବଂ ଚମଡ଼ା ଜବତ କରିଛି। ଏନେଇ କୋରୁକୋଣ୍ଡା ଥାନାରେ ଏକ ମାମଲା(ନଂ. ୭/୨୦୨୩) ରୁଜୁ ହୋଇଥିବା କୋରୁକୋଣ୍ଡା ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।

Share