୩.୧୩ କେଜି ବଜ୍ରକାପ୍ତା କାତି ଜବତ, ଧରାପଡ଼ିଲେ ୪ ଅଭିଯୁକ୍ତ

ନୂଆପଡ଼ା/ଖଡିଆଳ,୨୨ା୧୨(ମକାରୁ ବେମାଲ/ସୁଜିତ ପ୍ରଧାନ): ନୂଆପଡ଼ା ଜିଲା କୋମନା ରେଞ୍ଜ ନାଗପଡ଼ା ପଞ୍ଚାୟତ ଝରଣାମାଲ ଗାଁରେ ଖଡ଼ିଆଳ ବନ ବିଭାଗ ଚଢାଉ କରି ୩ କିଲୋଗ୍ରାମ ୧୩୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି। ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୋଡେନ ଥାନା ଝରଣାମାଲ ଗାଁର ଚତୁର୍ଭୁଜ କଟା(୭୧) ଓ ନରହରି ଗହୀର (୭୦), ସିନାପାଲି ଥାନା ଗୋବିନ୍ଦପୁର ଗାଁର କୁମୁଦ ହଂସ(୩୮) ଓ ସନ୍ତୋଷ ହଂସ(୨୮)।

ମିଳିଥିବା ସୂଚନା ମୁତାବକ, ମାସେ ତଳେ ବୋଡେନ ଥାନା ନାଗପଡ଼ା ପଞ୍ଚାୟତ ଝରଣାମାଇ ଗାଁ ନିକଟ ବାଜିନୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଏକାଧିକ ବ୍ରଜକାପ୍ତାକୁ ଚତୁର୍ଭୁଜ ଓ ନରହରି ଶୀକାର କରିଥିଲେ। ପରେ ସେମାନେ ବଜ୍ରକାପ୍ତା କାତି ବାହାର କରି ଗଚ୍ଛିତ ରଖିବା ସହ ବିକ୍ରି ପାଇଁ ଗ୍ରାହକ ଖୋଜୁଥିଲେ। ଗତ ୧୮ ତାରିଖରେ ଏହି କାତି କିଣିବାକୁ ଗୋବିନ୍ଦପୁର ଗାଁର ବ୍ୟବସାୟୀ କୁମୁଦ ଓ ସନ୍ତୋଷ ଝରଣାମାଲ ଗାଁକୁ ଯାଇଥିଲେ। ଏହି ଖବର ପାଇ ଖଡ଼ିଆଳ ଡିଏଫ୍‌ଓ ଆଜିଜ ଖାନ୍‌ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ଟିମ୍‌ ଝରଣାମାଲ ଗାଁରେ ଚଢାଉ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ...

ନୂଳକୂପରୁ ବାହାରୁଛି ଦୂଷିତ ପାଣି, ଏହାକୁ ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ମୋହନା,୧୧ା୪,(ମନ୍ମଥ ମିଶ୍ର): ନଳକୂଅରୁ ବାହାରୁଛି ନାଲି ପାଣି l ସେହି ଦୂଷିତ ପାଣି ପିଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ l ଯେଉଁ ପାଣି...

୧୩୧ ବର୍ଷରେ ପହଞ୍ଚିଲା ବ୍ୟାଙ୍କ: ୧୬୦ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇ କଲା ରେକର୍ଡ

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତା’ର ୧୩୧ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଶାଖା ପରିଚାଳକ...

ନବୀନଙ୍କୁ ରୋକଠୋକ ଜବାବ ଦେଲେ ବିଜେଡି ନେତା, ‘ଆମେ କେହି ଚାକିରି କରୁନୁ, ନାଲି ଆଖି ଦେଖାଇ ପାରିବେନି’

ଭୁବନେଶ୍ୱର,୧୧।୪: “ୱାକଫ ବିଲ୍ ଭୋଟ୍ ବିବାଦ ଏବଂ ପରବର୍ତ୍ତୀ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ବିଜେଡିରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଅଶାନ୍ତି ବଢିଚାଲିଛି।...

ବାରମ୍ବାର ପାଟିରେ ଘା’ ହେଉଥିଲେ ରୁହନ୍ତୁ ସାବଧାନ! ହୋଇପାରେ ଏହି ସାଂଘାତିକ ରୋଗର ଲକ୍ଷଣ

ପାଟିରେ ଘା’ ହେବା ସାଧାରଣ କଥା, କିନ୍ତୁ କେତେକ ସମୟରେ ଏହି ଘା’ ଏକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ତେଣୁ ପାଟି ଘା’...

ରାଜସ୍ବ ବିଭାଗର ବଡ଼ ଆକ୍ସନ; ୧୮ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୧।୪: ରାଜ୍ୟରେ ଦୁର୍ନୀତିଗ୍ରସ୍ଥ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ଶତାଧିକ ପାର୍ଟ ପ୍ଲଟ୍ ବା ସବ୍‌ ପ୍ଲଟ୍ ପଞ୍ଜୀକୃତ କରାଇଥିବା ଅଧିକାରୀଙ୍କ ଉପରେ ଆକ୍ସନ...

୨୮,୩୯୦ କୋଟି ଟଙ୍କାର ମାଲିକଙ୍କୁ ମୁହଁତୋଡ଼ ଜବାବ ଦେଲେ ରାହୁଲ

ବେଙ୍ଗାଲୁରୁ,୧୧।୪: ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରିଛି। ଏହି ବିଜୟ...

ଓଡ଼ିଶା ପାଳୁଛି ଛେନାପୋଡ଼ ଦିବସ: ଜାଣନ୍ତୁ ପ୍ରସିଦ୍ଧ ଓଡ଼ିଆ ମିଠାର ଉତ୍ପତ୍ତି ଏବଂ ଗୁରୁତ୍ୱ

ଛେନାପୋଡ଼ର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱକୁ ଉଜାଗର କରେ। ଏହା ଓଡ଼ିଶାର ପରିଚୟ ସହିତ ଜଡ଼ିତ ଏକ ମିଠା ଯାହା ରାଜ୍ୟ ତଥା ରାଜ୍ୟ ବାହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image