ଗୋଦାମରୁ ଚୋରି କରିବା ପଡ଼ିଲା ମହଙ୍ଗା

କୋକସରା,୧୧ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଗ୍ରାମର ବ୍ୟବସାୟୀ ଲିଙ୍ଗରାଜ ଅଗ୍ରୱାଲଙ୍କ ହାର୍ଡୱେର ଗୋଦାମରୁ ଗତମାସ ୨୬ ତାରିଖରେ ଲୁହା ପାଇପ, ରଡ ଚୋରି ହୋଇଥିଲା। ଏ ନେଇ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ବେହେରା ଗ୍ରାମର ୪ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମନୋଜ ସିଂ ଠାକୁର (୩୪), ମିନିକେତନ ପୂଜାର (୨୨), ହିମାଂଶୁ ନାଏକ (୩୭) ଓ ଜୟଦ୍ରଥ ପଟେଲ(୨୦)। ସେମାନଙ୍କଠାରୁ ଚୋରି ହୋଇଥିବା ଲୁହା ପାଇପ, ରଡ଼ ଜବତ ହୋଇଛି।

ଏ ନେଇ ଥାନାରେ ୧୫୧/୨୪ରେ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ପୋଲିସ ଏସ୍‌ଆଇ ଅନୀଲ ପାଢୀ ସୂଚନା ଦେଇଛନ୍ତି।

Share