ଆକ୍ରମଣ ମାମଲାରେ ୪ ଗିରଫ

ଜୟପୁର, ୨୧।୭(ପବନ ପାଣଗ୍ରାହୀ): ଆକ୍ରମଣ ମାମଲାରେ ୪ ଅଭିଯୁକ୍ତଙ୍କୁ ଜୟପୁର ସଦର ପୋଲିସ ଗିରଫ କରିଛି। ସେମାନେ ହେଲେ ଗଡ଼ପଦର ଗ୍ରାମର ଅଭି ସୁନା (୪୫), ଗୌରାଙ୍ଗ ସୁନା (୨୧), ଟୁନା ସୁନା (୨୭) ଓ ପଦ୍ମନ ସୁନା (୪୫)। ପୋଲିସ ସୂଚନାନୁଯାୟୀ, ଗଡ଼ପଦର କୃଷ୍ଣ ଟାକ୍ରିଙ୍କ ଘରେ ପଶି ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର କୃଷ୍ଣଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ଜୟପୁର ସଦର ପୋଲିସରେ ଅଭିଯୋଗ କରାଯାଇଥିଲା। ପୋଲିସ ମାମଲା ରୁଜୁ ସହ ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୨ ଜଣ ଫେରାର ଥିବା ଜୟପୁର ସଦର ଥାନାଧିକାରୀ ଈଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି।