ଘରୁ ଗହଣା, ଟଙ୍କା ଚୋରି ଘଟଣାରେ ୪ ଗିରଫ

ବ୍ରହ୍ମପୁର ଅଫିସ, ୮।୬: ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ନିକଟ ଗାୟତ୍ରୀ ବିହାରରେ ସୁଶାନ୍ତ ମିଶ୍ରଙ୍କ ଘରୁ ଲୁଟେରା ଗ୍ୟାଙ୍ଗ ଗତ ୩୧ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି କରିନେଇଥିଲେ। ଏହି ଘଟଣାରେ ବଡବଜାର ପୋଲିସ ଗୁରୁବାର ୪ ଜଣିଆ ଲୁଟେରା ଗ୍ୟାଙ୍ଗକୁ ପୋଲିସ କାବୁ କରିଛି। ଅଭିଯୁକ୍ତ ମାନେ ହେଲେ ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ଶାନ୍ତି ମାର୍ଗର ଶଙ୍କର ପଣ୍ଡା(୨୦), ଫାଷ୍ଟଗେଟ କୁମୁଟି ସାହିର ଆକାଶ ପଣ୍ଡା (୨୨), ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡିର ବାବୁ ସାହୁ(୨୫) ଓ ଟାଉନ ଥାନା ଅନ୍ତର୍ଗତ ଭବାନୀ ନଗରର ରାଜା ପାତ୍ର(୨୩)। ମାମଲା ନଂ ୧୯୦/୨୩ ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ସେହିପରି ପୋଲିସ ଲୁଟେରାମାନଙ୍କ ନିକଟରୁ ୧୦ ଭରି ର ରୂପା , ସୁନା ଓ ୨୦ ହଜାର ଟଙ୍କା, ବ୍ୟାଙ୍କ ପାସ ବୁକ୍‌ ଜବତ କରିଛି।

ପ୍ରକାଶ ଯେ, ବୁଧବାର ରାତିରେ ସୁଶାନ୍ତ ମିଶ୍ର ତାଙ୍କ ପରିବାର ସହ ଘରର ପ୍ରଥମ ମହଲାରେ ଶୋଇଥିଲେ। ଗୁରୁବାର ସକାଳେ ଉଠି ଦେଖିବାବେଳେ ତଳ ମହଲାର ଚାବି ଭଙ୍ଗା ଯାଇଥିଲା। ଘର ଭିତରକୁ ଯାଇ ଦେଖିବା ବେଳେ ଦୁଇଟି ଅଲମୀରା ଭଙ୍ଗା ହୋଇଥିବା ବେଳେ ସେଥିରେ ଥିବା ଆସବାବପତ୍ର ତଳେ ପଡିଥିଲା। ଆଲମୀରା ଭିତରେ ଥିବା ୧୦ ଭରି ରୂପା , କିଛି ସୁନା , ନଗଦ ୨୦ ହଜାର ଟଙ୍କା, ବ୍ୟାଙ୍କ ପାସବୁକ ଓ ଏଟିମ କାର୍ଡ ଚୋରି ହୋଇଯାଇଥିଲା। ପରେ ଏନେଇ ବଡବଜାର ଥାନାରେ ଅଭିଯୋଗ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ...

୧୪ ବର୍ଷ ପରେ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍‌ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏକ ୧୧ ଦଫା...

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri