ଶିକ୍ଷକଙ୍କୁ ଅପହରଣ ମାମଲାରେ ୪ ଗିରଫ

ତିର୍ତ୍ତୋଲ,୮।୧୨(ଡି.ଏନ୍‌.ଏ.): ତିର୍ତ୍ତୋଲ ଥାନା ପୁରୁଣାବସନ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରବି ନାରାୟଣ ମିଶ୍ରଙ୍କୁ ଅପହରଣ କରାଯିବା ଘଟଣାରେ ସୋମବାର ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଥାନା ଅଧୀନ ପୀତାମ୍ବରପୁର ଗ୍ରାମର ତପନ ଦାସ, ବ୍ରାହ୍ମଣବାଡ଼ିର ସୂର୍ଯ୍ୟକାନ୍ତ ମହାପାତ୍ର,ପାଣ୍ଡରା ଗ୍ରାମର ବିଶ୍ବଜିତ ପାତ୍ର ଓ ପ୍ରତାପ ମହାନ୍ତି। ସେମାନଙ୍କଠାରୁ ପୋଲିସ ୨୦ ହଜାର ଟଙ୍କା ସମେତ ଅପହରଣ ସମୟରେ ବ୍ୟବହାର କରିଥିବା ଗାଡ଼ିକୁ ଜବତ କରିଛି। ରବି ରଘୁନାଥପୁର ବ୍ଲକ ଏରଡଙ୍ଗା ପଞ୍ଚାୟତର ବ୍ରାହ୍ମଣବାଡ଼ିରେ ରହୁଥିବା ବେଳେ ୨ ତାରିଖରେ କୌଣସି କାମରେ ଜଗତ୍‌ସିଂହପୁର-ଜୟିପୁର ରାସ୍ତାଦେଇ ଯାଉଥିଲେ। ଏହି ସମୟରେ ମୁଦିସାହି ନାଳପାଖରେ ଅଭିଯୁକ୍ତ ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରିନେଇଥିଲେ। ମୁକୁଳାଇବା ପାଇଁ ରବିଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଦାବି କରିଥିଲେ। ପରିବାର ଲୋକେ ଭୟଭୀତ ହୋଇ ଟଙ୍କା ଦେବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଏନେଇ ୩ ତାରିଖରେ ଅଭିଯୋଗ ପରେ ମାମଲା(ନଂ.୪୩୬/୨୦) ରୁଜୁ ହୋଇଥିଲା ।

Share