ଚଣ୍ଡିଗଡ଼, ୨।୭: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତି ନେଇ ଶନିବାର ହରିୟାଣାର ଅମ୍ବାଲାରୁ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ହରିୟାଣା ଓ ଉତ୍ତରପ୍ରଦେଶ ପୋଲିସର ମିଳିତ ଅପରେଶନ ଆରମ୍ଭ କରିଥିଲା। ଗତ ୨୮ରେ ଉତ୍ତର ପ୍ରଦେଶ ଦେଓବନ୍ଦରେ ଆଜାଦଙ୍କ ଉପରକୁ କେତେଜଣ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।