Categories: ଫୁରସତ

ଜଣେ ବରକୁ ୪ କନ୍ୟା, ସମସ୍ତଙ୍କ ମଥାରେ ପିନ୍ଧାଇଲେ ସିନ୍ଦୂର

ବିବାହ ହେଉଛି ସାତ ଜନ୍ମର ସାଥୀ। ଲୋକମାନେ ନିଜ ଝିଅମାନଙ୍କ ପାଇଁ ଏମିତି ଏକ ବରପାତ୍ର ଖୋଜନ୍ତି, ଯାହାଙ୍କ ସହିତ ଝିଅ ନିଜ ଜୀବନକୁ ଖୁସିରେ ବିତାଇ ପାରିବେ। ଜଣେ ବରକୁ ଜଣେ କନ୍ୟା ବିବାହ କରିବାର ବିଧି ରହିଛି। ମାତ୍ର ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବରକୁ ଏକାସାଙ୍ଗରେ ୪ କନ୍ୟା ବିବାହ କରୁଛନ୍ତି।

ପ୍ରଥମ ଏବଂ ତୃତୀୟ କନ୍ୟାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ଝିଅଙ୍କ ପରି ଦିଶୁ ନ ଥିଲେ। ଅନେକ ଲୋକ ସେମାନଙ୍କ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟମାନେ କହିଛନ୍ତି, ଏହି ବିବାହ ଏକ ପରିହାସ ହୋଇଛି। ଏହି ସମସ୍ତ ଘଟଣା ମନ୍ଦିର ଭିତରେ ଘଟୁଛି, ଯେଉଁଠାରେ ୪ ଜଣ କନ୍ୟା ଏକାଠି ବସିଛନ୍ତି। ବର ସିନ୍ଦୂର ନେଇ ୪ ଜଣଙ୍କ ମଥାରେ ଭରୁଛନ୍ତି। ଏହି ଭିଡିଓକୁ ୨୫ ହଜାର ଲୋକ ପସନ୍ଦ କରିଥିବା ବେଳେ ୨.୫ ହଜାର ଲୋକ କମେଣ୍ଟ ଦେଇଛନ୍ତି। ଲକ୍ଷାଧିକ ୟୁଜର ଏହି ଭିଡିଓକୁ ଦେଖିସାରିଛନ୍ତି।

ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ବ୍ରଜେଶ ତିଓ୍ବାରୀ, ଯିଏ ନିଜକୁ ଅଭିନେତା ବୋଲି କହୁଛନ୍ତି। ତାଙ୍କ ପ୍ରୋଫାଇଲରୁ ଜଣାପଡ଼ିଛି ଯେ, ସେ ଇନ୍‌ଷ୍ଟାଗ୍ରାମରେ ବିବାହ ସହ ଜଡ଼ିତ ଅନେକ ଭିଡିଓ ପୋଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ, ସେହି ପ୍ରତ୍ୟେକ ଭିଡିଓ ଲକ୍ଷ ଲକ୍ଷ ଭ୍ୟୁ ପାଇଛି। ଏଥି ସହିତ ୩ ଲକ୍ଷରୁ ଅଧିକ ଲୋକ ମଧ୍ୟ ବ୍ରଜେଶଙ୍କୁ ଫଲୋ କରିଛନ୍ତି। ପ୍ରକୃତରେ ଏହି ଭିଡିଓଟି ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି।

ଶୁଭମ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ଏହି ଲୋକମାନେ ବିବାହକୁ ପରିହାସ କରିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ସମସ୍ତ କନ୍ୟା ମିଶିକି ଏଭଳି ବରଙ୍କୁ ଗଳା କାଟି ହତ୍ୟା କରିବା ଉଚିତ୍‌। ତା’ପରେ ପ୍ରେମ ଅମର ହୋଇଯିବ। ନୀତୀଶ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ଦୟାକରି ବିଷ ଖାଇବା ପାଇଁ କିଛି ଟଙ୍କା ଦିଅନ୍ତୁ। ଅନ୍ୟ ଜଣେ ୟୁଜର ତୃତୀୟକୁ କନ୍ୟାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ବାସ୍ତବରେ ସେ ପୁଅ ପରି ଦେଖାଯାଉଥିଲେ। ସେହି ସମୟରେ ସୋନିଆ ନାମକ ଜଣେ ୟୁଜର ଲେଖିଛନ୍ତି, ଯାହା ମୋ’ ଦୃଷ୍ଟିକୋଣରେ ସେମାନେ କେହି ଝିଅ ନୁହନ୍ତି। ସମସ୍ତେ କିନ୍ନର।

Share