୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ ମିଳିଛି। ବହୁତ ପୂରୁଣା ଏବଂ ଭାଙ୍ଗିଯାଇଥିବା ୪ଟି ଚେୟାରକୁ ନେବା ପାଇଁ ୨୨ କୋଟି ଟଙ୍କା ଦେବାକୁ ମଧ୍ୟ ପଛାଉ ନାହାନ୍ତି ଲୋକେ।
୧୭୭୮ ମସିହାରେ ତିଆରି ହୋଇଥିବା ଏହି ଚେୟାରଗୁଡିକୁ ଫ୍ରାନ୍ସର ରାଜା ଲୋଇସ ତାଙ୍କ ସାନ ଭାଇ ଚାଲ୍ସ ଓ ଭଉଣୀଙ୍କ ପାଇଁ ତିଆରି କରିଥିଲେ। ଏହାକୁ ପ୍ୟାରିସର କାରିଗରଙ୍କ ଦ୍ୱାରା ତିଆରି କରାଯାଇଥିଲା। ଏଗୁଡିକ ସ୍ବତନ୍ତ୍ର ଭାବେ ଖୋଦିତ ହୋଇଛି। ଅନେକ ବର୍ଷ ପରେ ଏହା ଖରାପ ହୋଇଯାଇଥିଲେ ମଧ୍ୟ କଳାକୃତି ଦୃଷ୍ଟିରୁ ଏହା ଏବେ ବି ସର୍ବୋତ୍ତମ। ଏବେ ଏହି ଚେୟାରର ସିଟ୍‌, ପଛଭାଗ ଏବଂ ଗୋଡ ଭାଙ୍ଗିଯାଇଛି। ନିକଟରେ କଳାକୃତି ଦ୍ୱାରା ଏହାର ନିଲାମ କରାଯାଇଥିଲା। ଏହି ସମୟରେ କ୍ରେତାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଗୁଡିକୁ ୪ କୋଟି ୪୪ ଲକ୍ଷ ମଧ୍ୟରେ ବିକ୍ରି ନେଇ ଆଶା ରଖାଯାଇଥିବା ବେଳେ ୨୨ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Share