ଗଞ୍ଜାମ ଆରଟିଓ ଅଫିସରୁ ୪ଦଲାଲ ଗିରଫ

ଛତ୍ରପୁର,୧୪।୧୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଗଞ୍ଜାମ ଆରଟିଓ ଅଫିସରୁ ୪ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁର ଜଗନ୍ନାଥ ସାହୁ, କୁମାରବେଗପଲ୍ଲୀ ଗାଁର ରବିନ୍ଦ୍ର କୁମାର ଗୌଡ, ବ୍ରହ୍ମପୁରର ପି. ଚନ୍ଦ୍ର ଶେଖର ଓ ଛତ୍ରପୁର କଲେଜ ନିକଟ ନିବାସୀ ମହମ୍ମଦ ଆଲ୍ଲାଉଦିନ। ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଙ୍ଗଳବାର ଛତ୍ରପୁର ଥାନା ପରିସରରେ ଏନେଇ ଅନୁଷ୍ଠିତ ଖବରଦାଦା ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଛତ୍ରପୁର ଏସଡ଼ିପିଓ ଗୌରହରି ସାହୁ ଏସମ୍ପର୍କରେ କହିଛନ୍ତି, ପରିବହନ ବିଭାଗ ପକ୍ଷରୁ ଦିଆଯାଉଥିବା ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ, ରିନ୍ୟୁ, ଟିକସ ପଇଠ କରିବା ପାଇଁ ଦଲାଲ ମାନଙ୍କ ମାଧ୍ୟମରେ ଗଲେ ଯାଇ ହିଁ କାମ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ଏନେଇ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୋଲିସର ଏକ ସ୍ବତନ୍ତ୍ର ଟିମ ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରି ଚାରି ଦଲାଲଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ୪ଜଣ ବିରୋଧରେ ମାମଲା ରୁଜୁ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ପୋଲିସ ୧୨ଟି ୭ ଡିଏଲ ଜବତ କରିବା
ସମେତ ବିଭିନ୍ନ ବ୍ୟକ୍ତିଙ୍କ ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ, ରିନ୍ୟୁ, ଟିକସ ପଇଠ, ଫିଟନେସ ସମ୍ବଦ୍ଧୀୟ ବହୁ କାଗଜପତ୍ର ଜବତ କରିଛି । ଏ ସର୍ମ୍ପକରେ ଛତ୍ରପୁର ପୋଲିସ ମାମଲା ସଂଖ୍ୟା ୭୬୪ /୨୩ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ମିଳିଥିବା ସାମଗ୍ରୀ ଗୁଡିକୁ ଜବତ କରିଛି ।

Share