ଭୁବନେଶ୍ୱର,୨୪।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରଣଜୀ ଟ୍ରଫି ଦଳର ଆରମ୍ଭ ଭଲ ହୋଇନାହିଁ। ବରୋଦା ବିପକ୍ଷରେ ଦଳ ପ୍ରଥମ ଇନିଂସରେ ପଛୁଆ ରହି ମ୍ୟାଚ ଡ୍ର ରଖିଥିବାବେଳେ ଉତ୍ତରାଖଣ୍ଡ ନିକଟରୁ ଇନିଂସ ପରାଜୟ ବରଣ କରିଛି। ଫଳସ୍ବରୂପ ପରବର୍ତ୍ତୀ ୨ଟି ମ୍ୟାଚ ପାଇଁ ଶୁକ୍ରବାର ଘୋଷିତ ଦଳରେ ୪ ପରିବର୍ତ୍ତନ କରାଯାଇଛି। ବିପ୍ଳବ ସାମନ୍ତରାୟ, ସୌରଭ କନୋଜିଆ, ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନଙ୍କ ସ୍ଥାନରେ ଅଂଶୁମାନ ରଥ, ଜୟନ୍ତ ବେହେରା, ପ୍ରୟାସ କୁମାର ସିଂ ଓ ସୁନୀଲ କୁମାର ରାଉଳଙ୍କୁ ସାମିଲ କରାଯାଇଛି। ଓଡ଼ିଶା ଏହାର ପରବର୍ତ୍ତୀ ୨ଟି ମ୍ୟାଚ କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ହରିୟାଣା ଓ ନାଗାଲାଣ୍ଡ ବିପକ୍ଷରେ ଖେଳିବ।