Categories: ଜାତୀୟ

ଗ୍ୟାସ୍‌ ଲିକ୍‌ ହେଉଥିଲା, ଅନ୍‌ କରିଦେଲେ ଲାଇଟ୍‌….

ଅହମ୍ମଦାବାଦ,୨୪।୭: ଗୁଜରାଟର ଅହମ୍ମଦାବାଦ ସହରରେ ଏକ ବଡ଼ ଧରଣର ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ବସ୍ଫୋରଣ ଘଟିଛି। ଘଟଣାରେ ୪ ଶିଶୁ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗତ ୨୦ ତାରିଖ ରାତିରେ ଏହି ଘଟଣା ଘଟିଥିଲା। ଘଟଣାରେ ୮ ଆହତ ଗତ ଦୁଇ ଦିନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଆଉ ଜଣେ ପୀଡ଼ିତଙ୍କ ଶନିବାର ମୃତ୍ୟୁ ଘଟିଛି। ସମସ୍ତ ମୃତକ ମଧ୍ୟପ୍ରଦେଶର ଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଗତ ମଙ୍ଗଳବାର ରାତିରେ ଘରେ ଶିଶୁ ଓ ମହିଳାଙ୍କୁ ମିଶାଇ ୧୦ ଜଣ ଶୋଇଥିବାବେଳେ ଗ୍ୟାସ ଲିକ୍‌ ହୋଇଥିଲା। ଏ ସମ୍ପର୍କରେ ଜଣାଇବା ପାଇଁ ପଡ଼ୋଶୀ କବାଟ ବାଢ଼େଇ ଥିଲେ। କିଏ କବାଟ ବାଢ଼ାଉଛି ଜାଣିବା ପାଇଁ ଜଣେ ଶ୍ରମିକ ଲାଇଟ୍‌ ସୁଇଚ୍‌ ଅନ୍‌ କରି ଦେଇଥିଲେ। ଏଥି ଯୋଗୁ ବିସ୍ଫୋରଣ ଘଟିଥିଲା ବୋଲି ଅସଲାଲି ଥାନା ଇନ୍ସପେକ୍ଟର ପି ଆର ଜାଡେଜା କହିଛନ୍ତି। ବିସ୍ଫୋରଣରେ ଗୁରୁତର ହୋଇଥିବା ପଡ଼ୋଶୀଙ୍କ ଚିକିତ୍ସା ଚାଲିଛି।

Share