Categories: Uncategorized

୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର, ୨୯।୧୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କମୁଛି ପାରଦ। ଫଳରେ ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରବିବାର ରାତିରେ ୯ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଥିଲା। କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କନ୍ଧମାଳର ଜି. ଉଦୟଗିରିରେ ୮, ଫୁଲବାଣୀ ୮.୫, କେନ୍ଦୁଝର ୯.୫, କୋରାପୁଟ ୯.୫, ଦାରିଙ୍ଗବାଡ଼ି ୯.୫, ସୁନ୍ଦରଗଡ଼ର କିରେଇରେ ୯.୫, ସମ୍ବଲପୁର ଚିପିଲିମାରେ ୯.୮ ଓ ଭବନୀପାଟଣାରେ ୧୦ ଡିଗ୍ରୀ ତାପମାତ୍ରା ରହିଥିଲା। ସେପଟେ ସୋମବାର ୧୮ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବାବେଳେ ୪ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଥିଲା ପାରଦ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଫୁଲବାଣୀରେ ସର୍ବନିମ୍ନ ୮.୫ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିଭଳି କୋରାପୁଟ ୯.୫, ଦାରିଙ୍ଗବାଡ଼ି ୯.୫, କେନ୍ଦୁଝରଗଡ଼ ୯.୬, ଭବାନୀପାଟଣା ୧୦, ଭୁବନେଶ୍ୱର ୧୪, ଅନୁଗୋଳ ୧୨, ଝାରସୁଗୁଡ଼ା ୧୧.୨, ସମ୍ବଲପୁର ୧୩.୩, ସୁନ୍ଦରଗଡ଼ ୧୨, ହୀରାକୁଦ ୧୧.୯, ବଲାଙ୍ଗୀର ୧୨.୮, ଟିଟିଲାଗଡ଼ ୧୪, ମାଲକାନଗିରି ୧୪.୫, ସୋନପୁର ୧୩, ବରଗଡ଼ ୧୨.୬, ଦେବଗଡ଼ ୧୨ ଓ କେନ୍ଦ୍ରାପଡ଼ାରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।