୪ ବ୍ୟବସାୟୀ ଗିରଫ, କାର, କଫ୍‌ସିରପ ଜବତ

ପାଟଣାଗଡ଼୧୭।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ପୋଲିସ ରବିବାର ୪ ଜଣ କଫସିରପ୍‌ ବ୍ୟବସାୟୀଙ୍କୁ ଗିରଫ୍‌ କରିଛି। ସେମାନେ ହେଲେ ପାଟଣାଗଡ କାଦୋପଡାର ସୁମନ୍ତ ମେହେର, ବାସୁଦେବ ସେଠ, ଲାଇନ ପଡାର ଶାନ୍ତ ମାହାର ଏବଂ କୁତମୁଣ୍ଡା ଗ୍ରାମର ସୁଜ୍ଞାନୀ ମେହେର।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବରପାଇ ପାଟଣାଗଡ଼ ପୋଲିସ ଏସ୍‌ଆଇ ବିଷ୍ଣୁପ୍ରସାଦ ଶବରଙ୍କ ନେତୃତ୍ୱରେ ବରପଦର ବ୍ରିଜ ନିକଟରେ ଚଢାଉ କରିଥିଲା। ଏହି ସମୟରେ ଲରମ୍ଭା ପଟରୁ ଆସୁଥିବା ଏକ କାର (ସିଜି ୦୪ ବି ୦୭୧୧)ରେ ବେଆଇନ ଚାଲାଣ ହେଉଥିବା ୭୭ ବୋତଲ କଫ୍‌ସିରପ୍‌, ୪ଟି ମୋବାଇ ଏବଂ ୨ ହଜାର ଟଙ୍କା ଜବତ କରିଛି। ପରେ ଏହି କାର୍‌ରେ ଥିବା ୪ ବ୍ୟବସାୟୀଙ୍କୁ ଗିରଫ କରିଛି। ଏନେଇ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇ ସାମବାର ସେମାନଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ପରେ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାପରେ ପାଟଣାଗଡ଼ ଜେଲକୁ ପଠାଯାଇଥିବା ଥାନା ଅଧିକାରୀ କେ. ପ୍ରିୟଙ୍କା ରଉତରାୟ ପ୍ରକାଶ କରିଛନ୍ତି।

Share