Categories: ଜାତୀୟ

ବଳାତ୍କାର ପରେ ହତ୍ୟା କରି ୭ ବର୍ଷ ବୟସ୍କା ନାବାଳିକାଙ୍କର କଲିଜା ରାନ୍ଧି ରୁଟି ସହ ଖାଇଥିବା ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ…

ଲକ୍ଷ୍ନୌ,୧୬।୧୨ : ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଭଦରସ ମାମଲାରେ ଚାରିଜଣ ଦୋଷୀଙ୍କୁ ଶନିବାର କାନପୁର ଦେହାତ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିିତ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲାଗୁ କରାଯାଇଛି। କାନପୁରର ଭଦରସ ଘଟଣା ଏତେ ଭୟଙ୍କର ଥିଲା ଯେ ଏହା ଶୁଣିବା ପରେ ଲୋକ ଭୟରେ ଶିହିରି ଉଠିଥିଲେ। ଦୀପାବଳିର ରାତିରେ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କରିବା ପରେ ତାଙ୍କର ମୃତଦେହରୁ କଲିଜା ବାହାର କରି ରାନ୍ଧି ରୁଟି ସହ ଖିଆ ଯାଇଥିଲା।

ଘାଟପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ୧୪ ନଭେମ୍ବର ୨୦୨୦ରେ ଏହା ଘଟିଥିଲା। ଗାଁର ବାସିନ୍ଦା ପର୍ଶୁରାମ ଏବଂ ତାଙ୍କ ସ୍ତ୍ରୀ ପୁତୁରା ଅଙ୍କୁଲ ଏବଂ ଭେରାନଙ୍କ ଦ୍ୱାରା ନାବାଳକଙ୍କୁ ବାଣ ଏବଂ ଚକୋଲେଟ ଦେବା ବାହାନାରେଘରକୁ ନେଇ ଆସିଥିଲେ। ପର୍ଶୁରାମଙ୍କର ସନ୍ତାନ ହେଉ ନ ଥିବାରୁ ତାନ୍ତ୍ରିକ ପୂଜା କରି ନିରୀହ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର କରାଯାଇ ବଳି ଦିଆଯାଇ ହତ୍ୟା କରାଯାଇଥିଲା। ଏହା ପରେ ତାଙ୍କ କଲିଜାକୁ ରୁଟି ସହିତ ପର୍ଶୁରାମ ଏବଂ ତାଙ୍କ ସ୍ତ୍ରୀ ଖାଇଥିଲେ । ତତ୍କାଳୀନ ଏସପି ବ୍ରଜେଶ ଶ୍ରୀବାସ୍ତବଙ୍କ ଅନୁଯାୟୀ, ପର୍ଶୁରାମ ୧୯୯୯ ରେ ବିବାହ କରିଥିଲେ, କିନ୍ତୁ ସନ୍ତାନ ନ ଥିବାରୁ ଏହି ଦମ୍ପତି ତନ୍ତ୍ର ବିଦ୍ୟା ନାମରେ ଏଭଳି ଭୟାନକ ପଦକ୍ଷେପ ନେଇଥିଲେ।

ନ୍ତମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କରେ ସୂଚନା ପାଇବା ପରେ ରାଗି ଯାଇଥିଲେ। ଏ ହି ଘଟଣାର ସମ୍ପୂର୍ଣ୍ଣ ସୂଚନା ନେବା ପରେ, ପୀଡିତାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ସହ ଅପରାଧୀଙ୍କୁ ଗିରଫ କରି ନିରପେକ୍ଷ ତଦନ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

Share