କଟକ ଅଫିସ,୨୯।୬: ରାଜ୍ୟରେ ସୋମବାର ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକ ଜିଲାରୁ ଅଛନ୍ତି ୭ଜଣ। ଏମାନଙ୍କ ମଧ୍ୟରେ କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରୁ ୬ ପଜିଟିଭ ରହିଛନ୍ତି। ୪ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ଆହାର କେନ୍ଦ୍ର କର୍ମଚାରୀ ଏବଂ ଅନ୍ୟ ଜଣେ ହସ୍ପିଟାଲ ଆଟେଣ୍ଡାଣ୍ଟ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଗତ ରବିବାର ଏହି ହସ୍ପିଟାଲରୁ ୨ ନର୍ସ କରୋନା ଆକ୍ରାନ୍ତ ହୋଇଥିଲେ। ସେହିପରି ଗତ ୨୪ ତାରିଖରେ ଆଉ ଜଣେ ୨୯ ବର୍ଷୀୟ ରୋଗୀଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ତେବେ ଏମାନଙ୍କୁ ମିଶାଇ ସମୁଦାୟ ୯ଜଣ ଏହି ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍, ମେଟ୍ରୋ, ରାଜ୍ୟ