୪ ନାଲ୍‌କୋ କର୍ମଚାରୀଙ୍କୁ କରୋନା

ବଅଁରପାଳ,୨୩ା୭(ଡି.ଏନ୍‌.ଏ.): ନାଲ୍‌କୋ କଲୋନୀ ଅଞ୍ଚଳରେ ପୂର୍ବରୁ କରୋନାରୁ ଜଣେ ଡିଜିଏମଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ମିଳାମିଶା କରିଥିବା ୨୪୧ ଜଣଙ୍କର ସ୍ବାବ୍‌ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ପଜିଟିଭ୍‌ ବାହାରିଥିଲା। ପୁନଶ୍ଚ ଗତ ୧୯ ତାରିଖରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୧୯ ଜଣଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ନାଲ୍‌କୋ କର୍ମଚାରୀଙ୍କ ପଜିଟିଭ୍‌ ରିପୋର୍ଟ ଆସିଛି। ଏହା ପରେ ନାଲ୍‌କୋ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏପରିକି ବୁଧବାର ରାତିରୁ ନାଲ୍‌କୋ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ଅନ୍ୟପକ୍ଷରେ ଜଣେ ସଂକ୍ରମିତ ରୋଗୀ ନାଲ୍‌କୋ ହସ୍ପିଟାଲରେ ବୁଲାବୁଲି କରିଥିବାରୁ କର୍ମଚାରୀମାନେ ଗୁରୁବାର ଦୀର୍ଘ ସମୟ ପର୍ଯ୍ୟନ୍ତ ଅଫିସକୁ ନ ଆସି ବାହାରେ ରହିଥିଲେ।

Share