Categories: ବାଣିଜ୍ୟ

୪ ଦିନିଆ ଆଇଟି ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୬।୧୦ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଆଇଟି ଆସୋସିଏସନ ଇନ୍‌ଫର୍ମେଶନ ଟୋକ୍ନୋଲୋଜି ଆସୋସିଏଶନ ଅଫ୍‌ ଓଡ଼ିଶା (ଆଇଟିଏଓ) ପକ୍ଷରୁ ଆୟୋଜିତ ୪ ଦିନିଆ ଆଇଟି ଏକ୍ସପୋ-୨୦୨୩ ଗୁରୁବାରଠାରୁ ଭୁବନେଶ୍ୱର ଜନତା ମଇଦାନଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଟିଏଓର ସଭାପତି ଅବିନାଶ ପଟ୍ଟନାୟକ, ସମ୍ପାଦକ ଦେବାଶିଷ ତ୍ରିପାଠୀଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବିଶେଷକରି ଏହି ୪ ଦିନିଆ ଏକ୍ସପୋ ୨୦୨୩ ଅକ୍ଟୋବର ୮ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ରୁ ରାତି ୯ ଘଟିକା ପଯ୍ୟନ୍ତ ଖୋଲାରହିବ।
ଏ ସମ୍ପର୍କରେ ଆଇଟିଏଓର ସଭାପତି ପଟ୍ଟନାୟକ କହିଛନ୍ତି, ଆଇଟି ଏକ୍ସପୋ-୨୦୨୩ର ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସମସ୍ତ ଆଇଟି ଉତ୍ସାହୀ, କର୍ପୋରେଟ୍‌ କମ୍ପାନୀ, ଆଇଟି ଅଂଶୀଦାର ଏବଂ ବୈଷୟିକ ଛାତ୍ରୀଛାତ୍ରଙ୍କ ପାଇଁ ଏହା ଏକ ପ୍ଲାଟ୍‌ଫର୍ମ ହୋଇଥିବାବେଳେ ଆଇଟି ଶିଳ୍ପ ବିଷୟରେ ନୂତନ ଜ୍ଞାନକୌଶଳ, ବିକାଶ ଏବଂ ଅପ୍‌ଡେଟ୍‌ ବିଷୟରେ ସବୁ ବର୍ଗ ଅବଗତ ହୋଇପାରିବେ।
ସେହିଭଳି ଆଇଟିଏଓର ସଚିବ ଦେବାଶିଷ ତ୍ରିପାଠୀ କହିଛନ୍ତି, ପ୍ରଥମ ଥର ପାଇଁ ଏହା ‘ଡିସ୍‌କଭର ଅନ୍‌ଲାଇନ ଅଭିଜ୍ଞତା ଅଫ୍‌ଲାଇନ’ ଶୀର୍ଷକରେ ଆୟୋଜିତ ହୋଇଛି, ଯେଉଁଠାରେ ଆପଣ ଅନ୍‌ଲାଇନରେ ଟେକ୍ନୋଲୋଜି ଆବିଷ୍କାର କରିପାରିବେ।
ଅପରପକ୍ଷରେ ଛାତ୍ରୀଛାତ୍ରୀଙ୍କ ପାଇଁ ଅନେକ ଆନ୍ତଃ ମହାବିଦ୍ୟାଳୟ ବୈଷୟିକ ଓ ସାଂସ୍କୃତିକ ପ୍ରତିଯୋଗିତାମାନ ରହିଛି। ଏହା ବ୍ୟତୀତ ସାରେ ଓଲିଉଡ୍‌ ସେଲିବ୍ରିଟିମାନଙ୍କ ଦ୍ୱାରା ଆହୁରି ଅନେକ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି। ଏକ୍ସେପୋ ପରିସରକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଫୁଡ୍‌ ଜୋନ୍‌ରେ ସ୍ବାଦିଷ୍ଟ ପାରମ୍ପରିକ ଖାଦ୍ୟର ମଜା ନେଇପାରିବେ ଏବଂ ଆଇଟି ଗେମିଂକୁ ଉପଭୋଗ କରିପାରିବେ।

Share