୭ ଦିନ ନିମଖଣ୍ଡିପେଣ୍ଠ ଗାଁ ଶଟଡାଉନ

ଦିଗପହଣ୍ଡି,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଏ ନେଇ ସ୍ଥାନୀୟ ପ୍ରଶାସନ ଓ ସାଧାରଣ ଜନତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ କିଛିଦିନ ମଧ୍ୟରେ ଦିଗପହଣ୍ଡି ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ୬ ଟି ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସ୍ଥାନୀୟ ସରପଞ୍ଚମାନେ ପଞ୍ଚାୟତକୁ ଶଟଡାଉନ ଘୋଷଣା କରିଛନ୍ତି। ତେବେ ବୁଧବାର ବ୍ଲକ ଅଧୀନ ନିମଖଣ୍ଡିପେଣ୍ଠ ପଞ୍ଚାୟତ ନିମଖଣ୍ଡିପେଣ୍ଠ ଗ୍ରାମରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗ୍ରାମରେ ସଂକ୍ରମଣ ଭୟରେ ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର ଜିଲାପାଳ କ୍ଷମତା ପ୍ରୟୋଗ କରି ୭ ଦିନ ପର୍ଯ୍ୟନ୍ତ ଗାଁକୁ ଶଟଡାଉନ ଘୋଷଣା କରିଥିବା ଜଣାପଡିଛି ।