୪ ଦିନ ବର୍ଷା: ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୫।୮: ଆହୁରି ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଅନ୍ୟପକ୍ଷେ ଆସନ୍ତା ୪ଦିନ ଉତ୍ତର, ଉପକୂଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ମୌସୁମୀ ଟ୍ରାପଲାଇନ ସକ୍ରିୟ ରହିଛି । କଟକ, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼ ଝାରସୁଗୁଡା ଜିଲାମାନଙ୍କରେ ବର୍ଷା ହେଇପାରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Share