୪ ଦିନିଆ ଟିକା ଉତ୍ସବ: ମୋଦିଙ୍କ ୪ ସୂତ୍ରୀ କରୋନା ଲଢ଼େଇ ଫର୍ମୂଲା

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ଦେଶରେ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୪ ଦିନିଆ ଟିକା ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୪ ସୂତ୍ରୀ କରୋନା ଲଢ଼େଇ ଫର୍ମୂଲା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଇଚ୍‌-ଓ୍ବାନ୍‌-ଭାସିନେଟ୍‌-ଓ୍ବାନ୍‌ ଅର୍ଥାତ୍‌ ଟିକା ନେଇଥିବା ବ୍ୟକ୍ତି ବୟସ୍କ ବ୍ୟକ୍ତିଙ୍କୁ ଟିକା ନେବାରେ ସହାୟତା କରନ୍ତୁ। ସେହିପରି ଇଚ ଓ୍ବାନ୍‌ ଟ୍ରିଟ୍‌ ଓ୍ବାନ ଅର୍ଥାତ୍‌ ଯେଉଁମାନଙ୍କ ପାଖରେ କରୋନା ଚିକିତ୍ସା ସମ୍ପର୍କିତ ସୂଚନା ନାହିଁ, ସେମାନଙ୍କୁ ଏହା ଉପଲବ୍ଧ କରାଇବା ଆବଶ୍ୟକ। ଇଚ୍‌ ଓ୍ବାନ୍‌ ସେଭ୍‌ ଓ୍ବାନ୍‌ ଅର୍ଥାତ୍‌ ଜଣେ ସୁସ୍ଥ ରହିବା ପାଇଁ ମାସ୍କ୍‌ ପିନ୍ଧିବା ଉଚିତ୍‌। ଏହାଦ୍ୱାରା ଅନ୍ୟ ଜଣଙ୍କୁ ମଧ୍ୟ ସୁରକ୍ଷିତ ରଖାଯାଇପାରିବ। ସେହିପରି କରୋନାରେ ଆକ୍ରାନ୍ତ ହୋଇଥିବା କ୍ଷେତ୍ରରେ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଜୋନ୍‌ ପ୍ରସ୍ତୁତି କରାଯିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି।

Share