Categories: ଜାତୀୟ

କାର୍‌କୁ ଧକ୍କା ଦେଲା କଣ୍ଟେନର: ୪ ମୃତ

ଲକ୍ଷ୍ନୌ,୧୪।୧୦: ଉତ୍ତରପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଏମ୍‌ଡବ୍ଲୁ ଏବଂ କଣ୍ଟେନର ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଦୁର୍ଘଟଣା ଘଟିଥିବା ରାସ୍ତାର କିଛି ଅଂଶ ବୁଡ଼ିଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। କଣ୍ଟେନରକୁ ଧକ୍କା ଦେବା ପରେ କାର୍‌ଟି ବିସ୍ଫୋରଣ ହୋଇଥିବା ଜଣାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share