Categories: ଜାତୀୟ

୪ ନୌସେନା ପର୍ବତାରୋହୀଙ୍କ ମିଳିଲା ମୃତଦେହ

ମୁମ୍ବାଇ,୨।୧୦: ଉତ୍ତରାଖଣ୍ଡର ଚାମୋଲିଠାରେ ହିମସ୍ଖଳନରେ ନିଖୋଜ ଥିବା ଭାରତୀୟ ନୌସେନାର ୫ ପର୍ବତାରୋହୀଙ୍କ ମଧ୍ୟରୁ ଶନିବାର ୪ ଜଣଙ୍କ ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନୌସେନା କମାଣ୍ଡର ରଜନୀକାନ୍ତ ଯାଦବ, ଯୋଗେଶ ତିଓ୍ବାରୀ, ଆନନ୍ଦ କୁକ୍ରେଟି ଏବଂ ଜେସିଓ ହରି ଓମ୍‌। ନୌସେନା ପକ୍ଷରୁ ଏନେଇ ଶୋକବ୍ୟକ୍ତ କରିବ ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଯାଇଛି। ପଞ୍ଚମ ନୌସେନା ପର୍ବତାରୋହୀ ଓ ଶେର୍ପାଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି। ଶୁକ୍ରବାର ସକାଳେ ହିମସ୍ଖଳନ ହେବାରୁ ସମସ୍ତ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ବାୟୁସେନା ଓ ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଥିଲା। ସେପ୍ଟେମ୍ବର ୩ରେ ଏହି ପର୍ବତାରୋହୀ ଦଳ ମୁମ୍ବାଇର ଆଇଏନ୍‌ଏସ୍‌ ତ୍ରିଶୁରରୁ ଅଭିଯାନରେ ବାହାରିଥିଲେ।

Share