୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌: ୪ ମୃତ

ବାଲେଶ୍ୱର, ୨୮।୯(ବାଞ୍ଛାନିଧି ଦେ): ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉତ୍ତର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ଏନଏଚ- ୬୦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପଟେ ୧୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର କ୍ରିଷ୍ଣା ନାମକ ଘରୋଇ ବସ୍‌ ୫୭ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା। ସେମାନେ ଗତ ୧୮ ତାରିଖରୁ ଉତ୍ତରପ୍ରଦେଶରୁ ବାହାରିଥିଲେ। ଗତକାଲି ରାତିରେ ବସ୍‌ଟି କଲିକତାରୁ ପୁରୀ ଅଭିମୁଖେ ବାହାରିଥିଲା।ମାତ୍ର ରାତି ପ୍ରାୟ ଗୋଟାଏ ସମୟରେ ୬୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବସ୍‌ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଓଲଟି ପଡିଥିଲା। ଖବରପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଯାନ, ଜଳେଶ୍ବର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ବସ୍‌କୁ କାଟି ଚାପି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ପୋଲିସ ତୀର୍ଥ ଯାତ୍ରୀ ଏଜେଣ୍ଟ, ଡ଼୍ରାଇଭର ଓ କଣ୍ଡକ୍ଟରକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଘଟଣାରେ ଜଣେ ମହିଳା ଓ ତିନି ପୁରୁଷ ଯାତ୍ରୀଙ୍କ ମୃତ୍ୟୁ ଘଟିଛି l ଆହତ ହୋଇଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ଖୁସି ଖବର: ମାର୍ଚ୍ଚ ୮ ପୂର୍ବରୁ ସମସ୍ତଙ୍କୁ ସୁଭଦ୍ରା ପ୍ରଥମ କିସ୍ତି, ଜାଣନ୍ତୁ ପୂରା ଖବର…

ଭୁବନେଶ୍ୱର,୨୮ା୯ (ବନ୍ଦନା ସେଠୀ): ଅଦ୍ୟାବଧି ଛପାଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ‘ସୁଭଦ୍ରା’ ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭...

ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ଲଢ଼ିବା ଚର୍ଚ୍ଚା

ଭୁବନେଶ୍ୱର, ୨୮।୯(ସୁନିତ୍‌ ମିଶ୍ର):ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱଶର୍ମା ଶୁକ୍ରବାର ୨ ଘଣ୍ଟିଆ ଓଡ଼ିଶା ଗସ୍ତରେ...

ସୁଧୁରୁନି ସହରର ଟ୍ରାଫିକ ବ୍ୟବସ୍ଥା

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୂଆବସ୍‌ଷ୍ଟାଣ୍ଡଠାରୁ ଟ୍ରାଫିକ ଛକ, ପଲ୍ଲା ଛକ, ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ମୁକୁନ୍ଦପ୍ରସାଦଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ...

ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୮ା୯ (କଳ୍ପତରୁ ନାୟକ): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ...

ଅନ୍ୟ ଜାତିରେ ବିବାହ କରିଥିବାରୁ କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ିରହିଲା ମୃତଦେହ

ଅମରପାଲି,୨୮ା୯(ପୀତାମ୍ବର ସାହୁ): ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ କେହି ବି ଛୁଇଁଲେନି ମୃତଦେହ। ନୀରବଦ୍ରଷ୍ଟା ସାଜିଲେ ଜ୍ଞାତିକୁଟୁମ୍ବ ବନ୍ଧୁ ବାନ୍ଧବ ଓ...

ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ...

ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ...

ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା, ପୂରଣ ହେଉନି ଅଧିକାରୀ ପଦବୀ

କେନ୍ଦ୍ରାପଡ଼ା,୨୮ା୯ (ଜଗନ୍ନାଥ ଧଳ): ରାଜ୍ୟ ଶାସନର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗତ ୨୨ ତାରିଖରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ରାପଡ଼ା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri