Categories: ଜାତୀୟ

କେମିକାଲ ୟୁନିଟରେ ଭୟଙ୍କର ବିସ୍ଫୋରଣ; ୪ ମୃତ

ଭଦୋଦରା: ଗୁଜରାଟର ଭଦୋଦରା ଅନ୍ତର୍ଗତ ମକରପୁରା ଅଞ୍ଚଳରେ ଥିବା ଗୋଟିଏ କେମିକାଲ ୟୁନିଟରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡିଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ରହୁଥିବା କିଛି ଲୋକଙ୍କ ଘର ମଧ୍ୟ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି।

ସୂଚନାନୁସାରେ, ସକାଳ ୧୦ରେ ଏପରି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଖବର ପାଇ ଭଦୋଦରା ଅଗ୍ନିଶମ ବାହିନୀ ଓ ଜରୁରିକାଳୀନ ଟିମ୍‌ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିସ୍ଫୋରଣ ସ୍ଥଳରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ପ୍ରଥମେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭଦୋଦରା ପୋଲିସ କମିଶନର ଶମସେର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Share