Categories: ଜାତୀୟ

ଗଣବଳାତ୍କାର ପାଇଁ ଗିରଫ ହେଲେ ୪ ଜାତୀୟ ସ୍ତରର ସୁଇମର

ବେଙ୍ଗାଲୁରୁ,୩୦।୩: ଜଣେ ୨୨ ବର୍ଷୀୟା ନର୍ସଙ୍କ ଗଣବଳାତ୍କାର ମାମଲାରେ ଦିଲ୍ଲୀରୁ ୪ ଜାତୀୟ ସ୍ତରର ସନ୍ତରଣକାରୀ (ସୁଇମର) ଗିରଫ ହୋଇଛନ୍ତି। ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନର୍ସଙ୍କ ସହ ଏକ ଡେଟିଂ ଆପ୍‌ରେ ବନ୍ଧୁତା ସ୍ଥାପନ କରିବା ପରେ ତାଙ୍କୁ ୨୪ ତାରିଖରେ ଏକ ହୋଟେଲକୁ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ନିଜ ରୁମ୍‌କୁ ନେଇ ଯାଇଥିଲେ ଅଭିଯୁକ୍ତ। ସେଠାରେ ଅଭିଯୁକ୍ତଙ୍କ ଅନ୍ୟ ୩ ସାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ସହ ନିର୍ଯାତନା ଦେଇଥିଲେ।

ପୀଡ଼ିତାଙ୍କ ଠାରୁ ଖବର ପାଇବା ପାଇ ତାଙ୍କ ସାଙ୍ଗମାନେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୋଗ ଆଧାରରେ ୪ ଜଣଙ୍କୁ ଗିରଫ କରାଯାଇଛି।

Share