ଦୁର୍ଘଟଣାରେ ଚାଲିଗଲା ପରିବାରର ୪ ଜୀବନ

ରାଉରକେଲା ଅଫିସ,୨୫।୮: ଝାଡ଼ଖଣ୍ଡ ରାଜ୍ୟ ଖୁଣ୍ଟି ଥାନା ତୋରପା ଚୁରାଗୀ ନିକଟରେ ବୁଧବାର ସଡ଼କ ଦୁର୍ଘଟଣାରେ ରାଉରକେଲାର ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାଉରକେଲା ସିଭିଲ ଟାଉନଶିପ୍‌ ଅଞ୍ଚଳର କହ୍ନେୟା ଜୈନ, ସ୍ତ୍ରୀ ରମା, ପୁଅ ଋଷବ(୭), ନିତ୍ୟା(୩)। କାର୍‌ ଚଳାଉଥିବା ବଶିଷ୍ଠ ଜୈନ, ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ଚିକିତ୍ସା ପାଇଁ ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ସିଭିଲଟାଉନଶିପ୍‌ ଅଞ୍ଚଳର ବଶିଷ୍ଠ ଜୈନ ଓ ତାଙ୍କ ପରିବାର ଏକ କାର ଯୋଗେ କୋଲକାତା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ବୁଧବାର ଅପରାହ୍ନରେ ସେଠାରୁ ବଶିଷ୍ଠ ଜୈନ, ଜଣେ ସମ୍ପର୍କୀୟା ଯୁବତୀ, କହ୍ନେୟା ଜୈନ ଓ କହ୍ନେୟାଙ୍କ ସ୍ତ୍ରୀ, ଦୁଇ ପୁଅ ଏକ କାର ଯୋଗେ ରାଉରକେଲା ଫେରୁଥିଲେ। ସେମାନେ ଝାଡ଼ଖଣ୍ଡର ଖୁଣ୍ଟି ଦେଇ ଆସୁଥିବା ବେଳେ ତୋରପା ଚୁରାଗୀ ନିକଟ ବୁଲାଣୀରେ କାର ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ଗଭୀର ଖାତକୁ ଖସି ପଡ଼ିଥିଲା।

Share