ଆଉ ୪ ମୁଣ୍ଡ ନେଲା କରୋନା; କଟକରୁ ସର୍ବାଧିକ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୪ ଜଣ ଆକ୍ରାନ୍ତ। ଏ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ତଥ୍ୟ ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୧୮କୁ ବୃଦ୍ଧି ପାଇଛି। ତେବେ ମୃତକଙ୍କ ମଧ୍ୟରୁ କଟକରୁ ୨ ଜଣ ଥିବା ବେଳେ ଜଗତସିଂହପୁରରୁ ଓ ଯାଜପୁରରୁ ଜଣେ ଲେଖାଏ ଅଛନ୍ତି। ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୨ରେ ପହଞ୍ଚିଥିବା ବେଳେ ଜଗତସିଂହପୁରରେ ୨୯୫ ଓ ଯାଜପୁରରେ ୧୬୨କୁ ବୃଦ୍ଧି ପାଇଛି।

Share