Categories: ଜାତୀୟ

ଭୟଙ୍କର ଦୁର୍ଘଟଣା, ରାସ୍ତାରେ ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ, ୦୪।୦୮: ଦିଲ୍ଲୀ-ମୁମ଼୍ବାଇ ଏକ୍ସପ୍ରେସ୍‌ ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ମଧ୍ୟ ପ୍ରଦେଶ ବିକ୍ରମଗଡ଼ରେ ରହୁଥିବା କିଛି ବ୍ୟକ୍ତି ଆର୍ଟିଗା କାରରେ ଋଷିକେଶରୁ ଫେରୁଥିଲେ । ଏହି ସମୟରେ ମାଧେପୁର ନିକଟବର୍ତ୍ତୀ ଭଗବତଗଡ଼ ତ୍ରିଲୋକପୁରା ପାଖାପାଖି ସ୍ଥାନରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଗାଡ଼ିରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ମାଧେପୁର ଜିଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

Share