ପୋଖରୀରେ ଓଲଟିଲା ଟ୍ରାକ୍ଟର, ଗଲା ୪ ଜୀବନ

ଦନ୍ତେୱାଡା,୯।୮: ସୋମବାର ଥିଲା ବିଶ୍ୱ ଆଦିବାସୀ ଦିବସ। ଏଥିରେ ଭାଗ ନେବାକୁ ମାଲକାନଗିରି ଜିଲା ଟାଟୁମ ଗାଁର ପ୍ରାୟ ୩୦ଜଣ ଆଦିବାସୀ ଏକ ଟ୍ରାକ୍ଟର ଯୋଗେ ଛତିଶଗଡ଼ କାଟେକାଲିଆନ୍‌ ଅଭିମୁଖେ ଯାଉଥିଲେ। ହେଲେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲାର ଟାଟୁମ-ତେଲାମ ରାସ୍ତା ମଝିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ପୋଖରୀରେ ଓଲଟି ପଡ଼ିଥିଲା। ଫଳରେ ପାଣିରେ ବୁଡି ୪ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ୧୯ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଯୋଗ୍ୟ, ସେହି ରାସ୍ତାରେ ଯବାନମାନେ ସର୍ଚ୍ଚ ଅପରେଶନ ସାରି ଫେରୁଥିଲେ। ଟ୍ରାକ୍ଟର ଓଲଟି ପଡିଥିବା ଦେଖି ସମସ୍ତ ଆହତଙ୍କୁ ଉଦ୍ଧାର କରି କାଟେକାଲିଆନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Share